fbpx

ଶୁଷ୍କ ଜଳବାୟୁ ଓ ଉଚ୍ଚ ତାପମାତ୍ରା କାରଣରୁ ୭ ଦିନରେ ମରିଗଲେ ୧୦୦ରୁ ଉର୍ଦ୍ଧ୍ୱ ଡଲଫିନ୍‌, ଚିନ୍ତାରେ ପରିବେଶବିଦ୍‌

ନୂଆଦିଲ୍ଲୀ: ଆମାଜନ୍ ହେଉଛି ବିଶ୍ୱର ସବୁଠାରୁ ବୃହତ୍ତ ଜଳମାର୍ଗ । ସେଠାରେ ଏବେ ଜଳବାୟୁ ଶୁଷ୍କ ରହିଛି ଓ ତାପମାତ୍ରା ରେକର୍ଡ ଉଚ୍ଚ ସ୍ତରରେ ରହିଥିବାରୁ ନଦୀ ଜୀବଙ୍କ ଜୀବନଧାରଣ ଲାଗି ସମସ୍ୟା ସୃଷ୍ଟି ହୋଇଛି । ତାପମାତ୍ରା ସହ୍ୟ କରି ନ ପାରି ସେଠାରେ ୧୦୦ରୁ ଅଧିକ ଡଲଫିନ୍ ମୃତ୍ୟୁମୁଖରେ ପଡିଛନ୍ତି । ଆମାଜନ୍ ନଦୀରେ କିଛି ସ୍ଥାନରେ ଜଳର ତାପମାତ୍ରା ୧୦୨ ଡିଗ୍ରୀ ଫାରେନହାଇଟ ଠାରୁ ଅଧିକ ରହିଛି । ବ୍ରାଜିଲର ବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏକ ରିସର୍ଚ୍ଚ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ସମସ୍ତ ମୃତ ଡଲଫିନ୍ ଗତ ୭ ଦିନ ମଧ୍ୟରେ ଲେକ୍ ଟେଫେରୁ ମିଳିଛନ୍ତି ।

ସଂସ୍ଥା କହିଛି ଏତେ ଅଧିକ ସଂଖ୍ୟାରେ ଡଲଫିନ୍‌ଙ୍କ ମୃତ୍ୟୁ ଏକ ସାମାନ୍ୟ ଘଟଣା ନୁହେଁ । ସଂସ୍ଥା କହିଛି ହ୍ରଦରେ ପାଣିର ତାପମାତ୍ରା ରେକର୍ଡ ସ୍ତରରେ ରହିଛି ଯାହା ଆମାଜନ ଉପକୂଳରେ ଭୟଙ୍କର ଶୁଷ୍କତାର କାରଣ ପାଲଟିଯାଇପାରେ । ଏହି ଖବର ବିଶ୍ୱର ଜଳବାୟୁ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ଏହି ତାପମାତ୍ରା ବୃଦ୍ଧି ଓ ଶୁଷ୍କ ଜଳବାୟୁର ମାନବ ସମାଜ ଉପରେ ପଡିବାକୁ ଯାଉଥିବା ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଏବେ ଚିନ୍ତିତ ଅଛନ୍ତି ।

Get real time updates directly on you device, subscribe now.