fbpx
BJD SKY
BJD SKY

ଏମିତି ଏକ ଦିନ ଆସିବ ଯେତେବେଳେ ଦେଶରେ ଗୋଟେଏ ବି ପେଟ୍ରୋଲ-ଡିଜେଲ ପମ୍ପ ରହିବ ନାହିଁ: ନୀତିନ ଗଡ଼କରୀ

BJD

ନୂଆଦିଲ୍ଲୀ: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଜାତୀୟ ଗଣମାଧ୍ୟମ ଏନଡିଟିଭିର ‘ବନେଗା ସୁସ୍ଥ ଭାରତ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେତେବେଳେ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାସ୍ଥ୍ୟକୁ ଭିର୍ତ୍ତି କରି ପ୍ରଶ୍ନ କରାଯାଇଥିଲା ଏହା ଉପରେ ସେ କହିଥିଲେ ଯେ ଆମ ସମାଜର ତିନୋଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ରହିଛି- ନୈତିକତା, ଅର୍ଥନୀତି ଏବଂ ପରିବେଶ । ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ଯୋଗୁଁ ଆମ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ସରକାର ଏଭଳି ଏକ ନୀତି ଆଣିଛନ୍ତି, ଯାହା ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ। ପ୍ରଦୂଷଣର କୁପ୍ରଭାବ ବିଷୟରେ ଉଲ୍ଲେଖ କରି ନୀତିନ ଗଡ଼କରୀ କହିଛନ୍ତି ଯେ ଯେତେବେଳେ ଦିଲ୍ଲୀ ଭଳି ସହରରେ ପ୍ରଦୂଷଣ କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ଯେ ଏହା ଆମ ଜୀବନକୁ ୧୦ ବର୍ଷ ହ୍ରାସ କରୁଛି । ତେଣୁ। ସରକାର ଏହା ଉପରେ ଏମିତି ଏକ ପଲିସି ଆଣୁଛି, ଯେଉଁଥିରେ ପ୍ରଦୂଷଣ କମ ହେବ ।

ସଡ଼କ ନିର୍ମାଣରେ କଠିନ ବର୍ଜ୍ୟବସ୍ତୁକୁ ବ୍ୟବହାର କରିବା ପାଇଁ ଆମେ ଆଜିଠୁ ଏକ ନୀତି ଆରମ୍ଭ କରୁଛୁ। ପ୍ରଦୂଷଣ କମାଇବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ । ଏମିତି ଦିନ ଆସିବ ଯେତେବେଳେ ପେଟ୍ରୋଲ ଓ ଡିଜେଲ ପମ୍ପ ରହିବ ନାହିଁ । ଏହା ବଦଳରେ ଇଲେକ୍ଟ୍ରିକ୍ ଯାନ ପାଇଁ ଇଥାନଲ ପମ୍ପ ଓ ଚାର୍ଜିଂ ଷ୍ଟେସନ ରହିବ। ଏଲଏନଜି ଓ ସିଏନଜି ଫସଲରୁ ଉତ୍ପାଦନ କରାଯିବ । କାର୍ବନ ଡାଇଅକ୍ସାଇଡରୁ ଇଥାନଲ ଉତ୍ପାଦନ କରିବା ପାଇଁ କେନ୍ଦ୍ରର ଏକ ପ୍ରକଳ୍ପ ଅଛି । ବର୍ଜ୍ୟବସ୍ତୁ ଏବଂ ପ୍ରଦୂଷଣକାରୀ ଉପାଦାନରୁ ମୂଲ୍ୟ ସୃଷ୍ଟି କରିବା ପାଇଁ ଟେକ୍ନୋଲୋଜିର ଉପଯୋଗ କରି ଆମେ ଧୀରେ ଧୀରେ ଏକ ସୁସ୍ଥ ରାଷ୍ଟ୍ର ଗଠନ କରିପାରିବା । ନୀତିନ ଗଡକରୀ କହିଛନ୍ତି ଯେ କୌଣସି ସାମଗ୍ରୀ ଅକାମୀ ନୁହେଁ ଏବଂ କୌଣସି ବ୍ୟକ୍ତି ଅକାମୀ ନୁହଁନ୍ତି । ଏହା ଉପଯୁକ୍ତ ଜ୍ଞାନକୌଶଳ ଏବଂ ନେତୃତ୍ୱ ଦୃଷ୍ଟିକୋଣ ଉପରେ ନିର୍ଭର କରେ ଯେ ଆପଣ ବର୍ଜ୍ୟବସ୍ତୁକୁ ସମ୍ପତ୍ତିରେ ପରିଣତ କରିପାରିବେ।

 

 

Get real time updates directly on you device, subscribe now.