‘ଅପରେସନ ସିନ୍ଦୂର’ରେ ମରିଛନ୍ତି ୧୦୦ ଆତଙ୍କବାଦୀ, ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ମେ’ ୭ ତାରିଖରେ ଭାରତୀୟ ସେନାଙ୍କ ପକ୍ଷରୁ କରାଯାଇଥିବା ଅପରେସନ ‘ସିନ୍ଦୂର’ରେ ପାକିସ୍ତାନର ଅନେକ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଛି।

ତେବେ ଏଥିରେ କେତେଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ଥିବା ବେଳେ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ରାଜାଥନ ସିଂ ସ୍ପଷ୍ଟ କରିଛନ୍ତି।

ଆଜି ବସିଥିବା ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ, ଅପରେସନ ସିନ୍ଦୂରରେ ଅତିକମରେ ୧୦୦ ଜଣ ଆତଙ୍କବାଦୀ ମରିଛନ୍ତି।