fbpx
BJD SKY
BJD SKY

ମଟନ ବଦଳରେ ବିକ୍ରୀ ହେଉଥିଲା ବିଲେଇ ମାଂସ, ଖବର ପାଇ ପୋଲିସ ଉଦ୍ଧାର କଲା ୧୦୦୦ ବିଲେଇ

BJD

ନୂଆଦିଲ୍ଲୀ: ମାଂସ ବିକ୍ରୀ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ବହୁ ଘୋଟାଲାର ଖବର ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଚୀନ୍‌ରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ସହଜରେ ବିଶ୍ୱାସ ହେବ ନାହିଁ । ଏଠାରେ ୧୦୦୦ରୁ ଅଧିକ ବିଲେଇଙ୍କୁ ଧରି କଂସେଇ ଖାନାକୁ ଯାଉଥିବା ଏକ ଟ୍ରକକୁ ଜବତ କରାଯାଇଛି ଓ ସମସ୍ତ ବିଲେଇଙ୍କୁ ଉଦ୍ଧାର କରାଯାଇଛି । ଏହି ସମସ୍ତ ବିଲେଇଙ୍କୁ ମାରି ସେମାନଙ୍କ ମାଂସକୁ ମଟନ କହି ଗ୍ରାହକଙ୍କୁ ବିକ୍ରୀ କରିଦେବାକୁ ଏକ ବଡ ଯୋଜନା ହୋଇଥିଲା ।

କେତେକ ପଶୁପ୍ରେମୀଙ୍କ ଠାରୁ ଗୁପ୍ତ ଫୋନ୍ କଲ୍ ପାଇ ପୋଲିସ ଚଢଉ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ମିଳିଥିବା ରିପୋର୍ଟ ଅନୁସାରେ ଏହି ସମସ୍ତ ବିଲେଇଙ୍କୁ ମାରି ଘୁଷୁରୀ ଓ ମେଣ୍ଢା ମାଂସ କହି ବିକ୍ରୀ କରାଯାଇଥାନ୍ତା । ଏହି ମାଂସର ମୂଲ୍ୟ ୨୦,୫୦୦ ଡଲାର ପର୍ଯ୍ୟନ୍ତ ହୋଇଥାନ୍ତା । ଚୀନ୍‌ର ଜିଆଙ୍ଗସୁ ପ୍ରଦେଶ ଝାଙ୍ଗଜିଙ୍ଗାଙ୍ଗ ପୋଲିସ ଖବର ପାଇ ଏହି ସମସ୍ତ ବିଲେଇଙ୍କୁ ଉଦ୍ଧାର କରି ନିକଟସ୍ଥ ଆଶ୍ରୟ କେନ୍ଦ୍ରକୁୁ ପଠାଇ ଦେଇଛନ୍ତି ।

Get real time updates directly on you device, subscribe now.