fbpx

କାମୁଡ଼ା କାମୁଡ଼ି ହୋଇ ୨ଗୁରୁତର; ଜଣେ କଟକ ସ୍ଥାନାନ୍ତର

ଆନନ୍ଦପୁର: (ଓଡ଼ିଶା ଭାସ୍କର) ୨ଟି ଘଟଣାରେ କାମୁଡ଼ା କାମୁଡ଼ି ହୋଇ ୨ଜଣ ଗୁରୁତର ହୋଇଛନ୍ତି । ସୋସୋ ଥାନା ସଢ଼ା ଗାଁରେ ବିଲରେ କାମକରୁଥିବା ବେଳେ୨ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳରେ ଜଣେ ମହିଳା ଅନ୍ୟ ଜଣକ ଗୋଡ଼କୁ କାମୁଡ଼ି ଦେଇଥିଲେ । ମହିଳା ଜଣକ ଏତେ ଜୋରରେ କାମୁଡ଼ିଲେ ଯେ ତାଙ୍କ ଗୋଡ଼ରୁ ମାଂସ ଛିଡ଼ାଇ ଦେଇଥିଲେ । ତେବେ ଅତ୍ୟଧିକ ରକ୍ତସ୍ରାବ ହେବାରୁ ମହିଳା ଗୁରୁତର ହୋଇପଡ଼ିଥାଲେ, ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

ସେପଟେ ଭିନ୍ନ ଏକ ଘଟଣା ଆନନ୍ଦପୁର ଥାନା ମାଠିଆନେଣ୍ଡିରେ ଦେଖିବାକୁ ମିଳିଛି । ଏଠାରେ ଜଣେ ମଦ୍ୟପ କାମୁଡ଼ି କାନ ଛିଡ଼ାଇ ଦେଲା । ଘଟଣାସ୍ଥଳରେ ୨ ମଦ୍ୟପ ଗଣ୍ଡଗୋଳକୁ ଜଣେ ବ୍ୟକ୍ତି ବାରଣ କରିଥିଲେ । ତେବେ ତାଙ୍କୁ ବାରଣ କରିବା ପଡ଼ିଲା ମହଙ୍ଗା, ଏଥିରେ ଉତ୍ତ୍ୟକ୍ତ ଜଣେ ମଦ୍ୟପ ସଂପୃକ୍ତ ବ୍ୟକ୍ତିଙ୍କ ନାକ କାମୁଡ଼ି ଦେଇଥିଲା । ଗୁରୁତର ଅବସ୍ଥାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.