ନୂଆଦିଲ୍ଲୀ: ଟେକ୍ କମ୍ପାନି ଗୁଡିକ ଛଟେଇ କରିବା ପରେ ଏବେ ଏଡଟେକ କମ୍ପାନି ବାଇଜୁସ୍ ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛି । ବାଇଜୁସ୍ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନେଇ ବିଚାର କରୁଛି । ତେବେ ଆସନ୍ତୁ ଜାଣିବା କେଉଁ ଦଳର କର୍ମଚାରୀ ଏହି ଛଟେଇରେ ପ୍ରଭାବିତ ହେବେ ।
ସୂଚନା ଅନୁଯାୟୀ, ଦେଶର ଅଗ୍ରଣୀ ଏଡଟେକ୍ କମ୍ପାନୀ ବାଇଜୁସ୍ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ପ୍ରସ୍ତୁତ ହେଉଛି । ଏହି ଛଟେଇ ଦ୍ୱାରା ସେଲସ ଟିମରେ କାମ କରୁଥିବା କର୍ମଚାରୀ ପ୍ରଭାବିତ ହେବାକୁ ଯାଉଛନ୍ତି । ରଣନୀତି, ପ୍ରଯୁକ୍ତି ଓ ପ୍ରଡକ୍ଟ ବିଭାଗରେ କାର୍ଯ୍ୟ କରୁଥିବା ୧୦୦୦ କର୍ମଚାରୀଙ୍କୁ କମ୍ପାନୀ ପୂର୍ବରୁ ବାହାର କରିସାରିଛି ।
ଗତବର୍ଷ ଅକ୍ଟୋବରରେ ତାହା ୨୫୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା । ଯାହା ଷ୍ଟାର୍ଟଅପ୍ ଜଗତର ସବୁଠାରୁ ବଡ଼ ଛଟେଇ ଥିଲା । ରିପୋର୍ଟରେ କୁହାଯାଇଛି ଯେ, ଛଟେଇର ଏହି ପର୍ଯ୍ୟାୟରେ ୯୮ ଷ୍ଟାର୍ଟଅପ ନିଜର ୨୬,୮୬୮ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏହି ଛେଟଇ ମାମଲାରେ ଏଡୁଟେକ୍ ଷ୍ଟାର୍ଟଅପ ଆଗରେ ରହିଛି, ଯେଉଁଥିରେ ଷ୍ଟାର୍ଟଅପ କମ୍ପାନୀ ମଧ୍ୟ ସାମିଲ ରହିଛନ୍ତି। ରିପୋର୍ଟ ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ଏଡୁଟେକ୍ ଷ୍ଟାର୍ଟଅପ ଛଟେଇ କରିସାରିଲେଣି। ଯେଉଁଥିରେ ୯,୭୮୧ କର୍ମଚାରୀ ଚାକିରି ହରାଇଛନ୍ତି।