ଓଡ଼ିଶା ଭାସ୍କର: ଫେଷ୍ଟିଭ ସିଜନକୁ ଆହୁରି ମଜାଦାର କରିବା ପାଇଁ ଦମଦାର ଅଫର ଆଣିଛି ଗୁଗଲ ପେ’ । ଦୀପାବଳି ଅବସରରେ ଗ୍ରାହକ ମାନଙ୍କୁ ଭେଟି ଦେଉଛି କମ୍ପାନୀ । ୟୁଜରଙ୍କୁ ୧୦୦୧ ଟଙ୍କା ଜିତିବାର ସୁଯୋଗ ଆଣିଛି ଗୁଗଲ ପେ । ତେବେ ଏହି ଅଫର ବର୍ତ୍ତମାନ ଲାଇଭ ଥିବା ବେଳେ ଏହା ଖୁବ କମ୍ ସମୟ ପାଇଁ ଉପଲବ୍ଧ ରହିଛି । ତେବେ କିପରି ଏହି ଅଫରର ଫାଇଦା ଉଠାଇପାରିବେ ୟୁଜର? କେବେ ପର୍ଯ୍ୟନ୍ତ ୟୁଜରଙ୍କୁ ଏହି ଅଫର ମିଳିପାରିବ?
ଗୁଗଲ ପେ’ ତରଫରୁ ଆରମ୍ଭ ହୋଇଥିବା ଏହି ଅଫର ସମସ୍ତଙ୍କ ପାଇଁ ଉପଲବ୍ଧ ରହିଛି । ତେବେ ଏଥିପାଇଁ ଜଣେ ୟୁଜରଙ୍କୁ ୬ଟି ଭିନ୍ନ ଭିନ୍ନ ପ୍ରକାରର ଲଡୁ ଏକାଠି କରିବାକୁ ହେବ । ଏହାଦ୍ୱାରା ଗୁଗଲ ପେ’ ୟୁଜର୍ସ ୫୧ ଟଙ୍କାରୁ ୧୦୦୧ ଟଙ୍କା ପର୍ଯ୍ୟନ୍ତ ଜିତିପାରିବେ ବୋଲି ଅଫିସିଆଲ ୱେବସାଇଟରୁ ଜଣାଯାଇଛି । ଯେଉଁ ୟୁଜର ଗୁଗଲ ପେ’ ଜରିଆରେ ଅଧିକାଂଶ ପେମେଣ୍ଟ କରୁଛନ୍ତି, ଏହି ଅଫର ସେହିମାନଙ୍କ ପାଇଁ ଉପଲବ୍ଧ କରାଯାଇଛି । ଏହି ୟୁଜରମାନେ ଅଫରର ଫାଇଦା ଉଠାଇବା ସହ ଟଙ୍କା ରୋଜଗାର କରିପାରିବେ । କ୍ୟାସବ୍ୟାକ ପାଇବା ପାଇଁ ୟୁଜରଙ୍କ ନିକଟରେ ୬ଟି ଲଡୁରୁ ଅତି କମରେ ଗୋଟିଏ ଲଡୁ ଥିବ ଦରକାର । ଅକ୍ଟୋବର ୨୧ ତାରିଖରୁ ଆସନ୍ତା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଏହି ଅଫରର ଫାଇଦା ଉଠାଇପାରିବେ ଗ୍ରାହକ ।
ଯଦି ଆପଣ କୌଣସି ମରଜାଣ୍ଟକୁ ୟୁପିଆଇ ଜରିଆରେ ଅତି କମରେ ୧୦୦ ଟଙ୍କା ପେମେଣ୍ଟ କରୁଛନ୍ତି, ତେବେ ଆପଣଙ୍କୁ ଏହି ଲଡୁ ମିଳିପାରିବ । ଏହାବ୍ୟତୀତ ୟୁପିଆଇ ଜରିଆରେ ୧୦୦ ଟଙ୍କାର ମୋବାଇଲ ରିଚାର୍ଜ ବା ପୋଷ୍ଟପେଡ ବିଲ ପେମେଣ୍ଟରେ ମଧ୍ୟ ଲଡୁ ମିଳିପାରିବ । ୟୁପିଆଇ ଜରିଆରେ ଅତି କମରେ ୩ହଜାର ଟଙ୍କା କ୍ରେଡିଟ କାର୍ଡ ବିଲ ଭରିବା କିମ୍ବା ଅତି କମରେ ୨୦୦ ଟଙ୍କାର ପାର୍ଟନର ବ୍ରାଣ୍ଡରୁ ଗିଫ୍ଟ କାର୍ଡ କିଣିଲେ ମଧ୍ୟ ଏହି ଲଡୁ ପାଇପାରିବେ ୟୁଜର । ଏହାଦ୍ୱାରା ୟୁଜର ୫୧ ଟଙ୍କାରୁ ୧୦୦୧ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇପାରିବେ ।