fbpx

ଓୱେସୀଙ୍କ ସୁରକ୍ଷା ପାଇଁ ପୂଜା କଲେ ବ୍ୟବସାୟୀ: ବଳି ପଡିଲେ ୧୦୧ ନୀରିହ ଛେଳି

ନୂଆଦିଲ୍ଲୀ: ପଶୁ ବଳିକୁ ସମସ୍ତେ ବିରୋଧ କରୁଥିବା ବେଳେ ସାଂସଦଙ୍କ ପାଇଁ ୧୦୦ଟି ଛେଳିଙ୍କୁ ବଳି ଦିଆଯାଇଛି । ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ ଓୱେସୀଙ୍କ ଉପରକୁ ଆକ୍ରମଣ ହେବା ପରେ ତାଙ୍କ ପାଇଁ ପ୍ରାର୍ଥନା କରାଯାଇଥିବା ବେଳେ ୧୦୧ଟି ଛେଳିଙ୍କୁ ବଳି ଦିଆଯାଇଛି । ହାଇଦ୍ରାବାଦର ବାଘ-ଏ ଜହାନଆରା ଅଞ୍ଚଳରେ ଏହି ନୀରିହ ପ୍ରାଣୀଙ୍କୁ ବଳି ଦିଆଯାଇଥିଲା । ଏପରିକି ମାଲାକପେଟର ଏଆଇଏମଆଇଏମ ବିଧାୟକ ଅହମ୍ମଦ ବଲାଲା ଏହି ପୂଜାରେ ଉପସ୍ଥିତ ଥିଲେ ।

ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ବେଳେ ଓୱେସୀଙ୍କ କାର ଉପରକୁ ଗୁଳିମାଡ କରାଯାଇଥିଲା । ଉତ୍ତର ପ୍ରଦେଶରୁ ଦିଲ୍ଲୀ ଯାଉଥିବା ସମୟରେ ଓୱେସୀଙ୍କ କାର ଉପରକୁ ୪ ରାଉଣ୍ଡ ଗୁଳିଚାଳନା କରାଯାଇଥିଲା । ମୀରଟରୁ ଫେରୁଥିବା ବେଳେ ଛଜାରସି ନିକଟରେ ଏହି ଗୁଳିଚାଳନା କରାଯାଇଥିଲା । ଜଣଙ୍କୁ ଗିରଫ କରାଯାଇଥିବା ନେଇ ହାପୁର ଏସ୍ପି ସୂଚନା ଦେଇଛନ୍ତି । ଏଥିରେ ଗାଡିର ଟାୟାର ପଙ୍କଚର ହୋଇ ଯାଇଥିବା ବେଳେ ସେ ଅନ୍ୟ ଏକ ଗାଡି ସାହାଯ୍ୟରେ ଦିଲ୍ଲୀ ଯାତ୍ରା କରିଥିଲେ ।

Get real time updates directly on you device, subscribe now.