fbpx

ଅରୁଣାଚଳ ପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ୩ୟ ଥର ପାଇଁ ଶପଥ ଗ୍ରହଣ କଲେ ପେମା ଖାଣ୍ଡୁ, ଉପ ମୁଖ୍ୟମନ୍ତ୍ରୀ ହେଲେ ଚୌନା ମୀନ୍

Advertisement

ଇଟାନଗର: ଗୁରୁବାର କ୍ରମାଗତ ତୃତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପେମା ଖାଣ୍ଡୁ । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଚୌନା ମୀନ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏବଂ ଜେପି ନଡ୍ଡା ସାମିଲ ହୋଇଥିଲେ । ବୁଧବାର ପେମା ଖାଣ୍ଡୁଙ୍କୁ ରାଜ୍ୟର ବିଜେପି ବିଧାୟକ ଦଳର ନେତା ଭାବେ ତାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ।

ବିଧାୟକ ଦଳ ନେତା ଭାବେ ଚୟନ କରାଯିବା ପରେ ପେମା ଖାଣ୍ଡୁ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ମୋ ସାଥି ବିଜେପି ବିଧାୟକ ମୋ ଉପରେ ବିଶ୍ୱାସ କରିଥିବାରୁ ମୁଁ କୃତଜ୍ଞ । ନିର୍ବାଚନରେ ବିଜୟ ସୁନିଶ୍ଚିତ କରିବା ପାଇଁ ଦଳର ସାଂସଦ, ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଦିନ ରାତି କାମ କରିଥିବାରୁ ଧନ୍ୟବାଦ ଦେଉଛି । ତେବେ ଆସନ୍ତୁ ଅରୁଣାଚଳ ପ୍ରଦେଶରେ ସର୍ବାଙ୍ଗୀନ ବିକାଶକୁ ଦୃତ କରିବା ଏବଂ ୨୦୪୭ ପର୍ଯ୍ୟନ୍ତ ବିକଶିତ ଭାରତର ଲକ୍ଷକୁ ପୁରା କରିବା ପାଇଁ ମିଳିମିଶି ପରିଶ୍ରମ କରିବା ।’

 

Get real time updates directly on you device, subscribe now.