fbpx

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଢାଞ୍ଚା ପରିବର୍ତ୍ତନ: ଛାତ୍ରଛାତ୍ରୀ ଓ ପୁସ୍ତକ ବିକ୍ରେତା ହଟହଟା

କଣାସ : ଦୀର୍ଘ ୩ବର୍ଷ ହେଲା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ସମେଟିଭ୍-୧ ଓ ସମେଟିଭ୍୨ ପଦ୍ଧତି ଅନୁସାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷକ ଓ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ହୋଇଆସୁଥିଲା । ଛାତ୍ରଛାତ୍ରୀମାନେ ଏହି ଢାଞ୍ଚାରେ ପରୀକ୍ଷା ଦେବାକୁ ମାନସିକସ୍ତରରେ ନିଜେ ନିଜକୁ ପ୍ରସ୍ତୁତ କରିସାରିଥିବା ବେଳେ ହଠାତ୍ ଏହି ଢାଞ୍ଚାକୁ ପରିବର୍ତ୍ତନ କରି ପୁରୁଣା ଢାଞ୍ଚାରେ ଦଶମ ଶ୍ରେଣୀ ପରୀକ୍ଷା କରିବାକୁ ଘୋଷଣା କରିବାପରେ ଛାତ୍ରଛାତ୍ରୀମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେବା ସହିତ ନାନାଭାବରେ ହଟହଟା ହେଉଥିବାର ବିକଳ ଚିତ୍ର ଦେଖିବାକୁ ମୁଳିଛି ।

ପ୍ରଥମତଃ ପିଲାମାନଙ୍କ ପୁରୁଣା ଢାଞ୍ଚାରେ ପରୀକ୍ଷା ଦେବାକୁ ବିମୁଖ ହେଉଥିବାର ଦୃଶ୍ୟ ନଜରକୁ ଆସିଲାଣି । କାରଣ ନବମ ଶ୍ରେଣୀରେ ସେହିପିଲା ସେମିଷ୍ଟାର ଢାଞ୍ଚାରେ ପରୀକ୍ଷା ଦେଇ ଦଶମ ଶ୍ରେଣୀକୁ ଉତିନ୍ନ ହୋଇଛନ୍ତି । ଦ୍ୱିତୀୟରେ ଏହି ପିଲାମାନେ ଏପ୍ରିଲି ମାସରୁ ବହି ଓ ଟେଷ୍ଟପେପର ଇତ୍ୟାଦି କିଣି ନିଜକୁ ପ୍ରସ୍ତୁତ କରୁଥିଲେ । ଟେଷ୍ଟ ପେପର ପ୍ରକାଶନ ସଂସ୍ଥାମାନେ ଟେଷ୍ଟ ପେପର ସେମିଷ୍ଟାର ଢାଞ୍ଚାରେ ପ୍ରସ୍ତୁତି କରିବା ଓ ବିକ୍ରିନିମନ୍ତେ ବଜାରକୁ ଛାଡିଲେ ।

ଫଳରେ ପିଲାମାନେ ଗାଁଗହଳିରେ ଥିବା ପୁସ୍ତକ ବିକ୍ରେତାଙ୍କ ଠାରୁ ଏହି ସେମିଷ୍ଟାର୧ କିଣିନେଲେ । କିନ୍ତୁ ଏବେ ହଠାତ୍ ପାଠ୍ୟକ୍ରମ ପରିବର୍ତ୍ତନ ଯୋଗୁଁ ଛାତ୍ରଛାତ୍ରୀମାନେ ଦୋକନୀଙ୍କୁ ଉକ୍ତ ଟେଷ୍ଟପେପର ଫେରାଦେଇ ଅଡିବସୁଛନ୍ତି, ତାଙ୍କର ଟଙ୍କା ଫେରାଇନେବାକୁ ।

ହୋଲସେଲର ପୁସ୍ତକ ବିକ୍ରେତା ଖୁଚୁରା ଦୋକାନୀମାନଙ୍କ ଠାରୁ ଟେଷ୍ଟପେର ଫେରସ୍ତ ନେଉନାହାନ୍ତି । କହୁଛନ୍ତି ଯେଉଁ କମ୍ପାନୀ ଟେଷ୍ଟପେପର ପ୍ରସ୍ତୁତ କରିଛନ୍ତି ସେମାନେ ଟେଷ୍ଟପେପର ଫେରାଇନେବାକୁ ରାଜି ହେଉନାହାନ୍ତି । ତେଣୁ ଛାତ୍ରଛାତ୍ରୀ ଓ ଗାଁ ଗହଳିର ପୁସ୍ତକ ବିକ୍ରେତା ଏବେ ହଟହଟାର ଶରବ୍ୟ ହେଉଛନ୍ତି । ଏ ଦିଗରେ ସରକାର ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଛାତ୍ର ଅଭିବାବକମାନେ ଦାବିକରିଛନ୍ତି ।

Get real time updates directly on you device, subscribe now.