ବିଗ୍ ବ୍ରେକିଂ: ପ୍ରକାଶ ପାଇଲା ଦଶମ ICSE ଓ ଦ୍ୱାଦଶ ISC ରେଜଲ୍ଟ, ଏହି ଲିଙ୍କକୁ ଯାଇ କରନ୍ତୁ ଚେକ୍
CISCE ଜାରି କଲା ଦଶମ ଏବଂ ଦ୍ୱାଦଶ ରେଜଲ୍ଟ, ଅତି ସହଜରେ କରନ୍ତୁ ଚେକ୍
ନୂଆଦିଲ୍ଲୀ: କାଉଁସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗଜାମିନେଶନ ଆଜି ଦଶମ ICSE ଏବଂ ଦ୍ୱାଦଶ ISCର ରେଜଲ୍ଟ ଜାରି କରିଛି। ଏହି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ cisce.org, results.cisce.org ଏବଂ DigiLocker ୱେବସାଇଟକୁ ଯାଇ କରିପାରିବେ ଚେକ୍।
ଏହା ବ୍ୟତୀତ ଛାତ୍ରଛାତ୍ରୀ ସିଧାସଳଖ ଏହି https://tmgr-98fkj2l4xmvz7 ଲିଙ୍କ ଜରିଆରେ ନିଜ ରେଜଲ୍ଟ ଚେକ୍ କରିପାରିବେ।
ଚଳିତ ବର୍ଷ ଆଇଏସସିର ପରୀକ୍ଷା ୧୩ ଫେବୃଆରୀରୁ ୫ ଅପ୍ରେଲ ୨୦୨୫ ପର୍ଯ୍ୟନ୍ତ ଅୟୋଜନ କରାଯାଇଥିଲା। ଏଥିସହ ଆଇସିଏସଇର ପରୀକ୍ଷାଗୁଡ଼ିକ ୧୮ ଫେବୃଆରୀରୁ ୨୭ ମାଚ୍ଚ. ୨୦୨୫ ପର୍ଯ୍ୟନ୍ତ ଚାଲିଥିଲା।
ପରୀକ୍ଷା ରେଜଲ୍ଟ ଘୋଷଣା ହେବା ପରେ re-evaluationର ପ୍ରକ୍ରିୟା ଆରମ୍ଭ ହେବ। ଏହା ୪ ମେ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ। re-evaluation କେବଳ ସେହି ବିଷୟ ପାଇଁ କରାଯିବ ଯେଉଁଥିରେ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଅଛନ୍ତି।
ସେମାନଙ୍କୁ ଦୁଇଟି ବିଷୟରେ Improvement Exam ଦେବାକୁ ସୁଯୋଗ ଦିଆଯିବ। ସିଆଇଏସସିଇ ଅନୁସାରେ, ଆଇସିଏସଇ ଏବଂ ଆଇଏସସି ୨୦୨୫ର ସଂଶୋଧନ ପରୀକ୍ଷା ୨୦୨୫ରେ ଆୟୋଜନ କରାଯିବ।