fbpx

ଦଶମ ପାସ କରିପାରିବେ ଆବେଦନ, କନଷ୍ଟେବଳ ପଦବୀ ପାଇଁ ବାହାରିଲା ବମ୍ପର ନିଯୁକ୍ତିର ସୁଯୋଗ

ବର୍ତ୍ତମାନ ସମୟରେ ସରକାରୀ ଚାକିରୀ ପାଇବା ବହୁତ କଷ୍ଟ। କିନ୍ତୁ ଆପଣ ଯଦି ଏହି ସୁଯୋଗ ର ଫାଇଦା ଉଠେଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଆସାମ ରାଜ୍ୟ ସ୍ତରୀୟ ପୋଲିସ୍ ନିଯୁକ୍ତି ବୋର୍ଡ (SLPRB) ଆସାମର ଏକ୍ସାଇଜ୍ ବିଭାଗରେ ଏକ୍ସାଇଜ୍ କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ଆରମ୍ଭ କରିଛି। ଅଫିସିଆଲ୍ ୱେବସାଇଟ୍ slprbassam.in ମାଧ୍ୟମରେ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅନଲାଇନରେ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଅନଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ ହେଉଛି ୧୦ ଜାନୁୟାରୀ ୨୦୨୩ । ଯେଉଁ ପ୍ରାର୍ଥୀମାନେ ଏକ୍ସାଇଜ୍ କନଷ୍ଟେବଳ ପଦବୀ ପାଇଁ ଆବେଦନ କରୁଛନ୍ତି, ସେମାନେ ୮ ଫେବୃଆରୀ ପର୍ଯ୍ୟନ୍ତ ଏହି ଲିଙ୍କରେ କ୍ଲିକ୍ କରି ସହଜରେ ଆବେଦନ କରିପାରିବେ।

ଏହି ଲିଙ୍କ୍   Assam Police Constable Recruitment 2023 Notification PDF ମାଧ୍ୟମରେ ଆସାମ ପୋଲିସ୍ କନଷ୍ଟେବଲ୍ ନିଯୁକ୍ତି ବିଜ୍ଞପ୍ତି ମଧ୍ୟ ଯାଞ୍ଚ କରାଯାଇପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୨୨ ଟି ପଦବୀ ପୂରଣ ହେବ। ପ୍ରାର୍ଥୀମାନଙ୍କ ପାଇଁ ଏହି ପଦବୀ ପାଇଁ ଆବେଦନ ୧୦ ଜାନୁଆରୀରୁ ଆରମ୍ଭ ହୋଇ ୮ ଫେବୃଆରୀରେ ଶେଷ ହେବ ।

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀଙ୍କର H.S.L.C ପାସ୍ କିମ୍ବା ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ପରୀକ୍ଷାରେ ପାସ୍ କରିଥିବା ଆବଶ୍ୟକ।

 କନଷ୍ଟେବଲ୍ ନିଯୁକ୍ତି ପାଇଁ ବୟସ ସୀମା : ୧ ଜୁଲାଇ ୨୦୨୨ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ୍ ।

 ଆବେଦନ ଶୁଳ୍କ:ଆସାମ ପୋଲିସ୍ କନଷ୍ଟେବଲ୍ ନିଯୁକ୍ତି ପାଇଁ ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

Get real time updates directly on you device, subscribe now.