fbpx

ଦଶମ ପାସ୍ ଛାତ୍ରମାନେ ତମାଖୁ ସେବନରେ ସର୍ବାଧିକ : ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଅଧିକ ତମାଖୁ ସେବନ କରୁଛନ୍ତି ଦଶମ ପାସ୍ ଛାତ୍ର । ଅର୍ଥାତ୍ ତମାଖୁ ବ୍ୟବହାରକାରୀଙ୍କ ମଧ୍ୟରେ ଦଶମ ଶ୍ରେଣୀ ପାସ୍ ଛାତ୍ର ସର୍ବାଧିକ ବୋଲି ଜରାପଡିଛି । ଏକ ସର୍ଭେରୁ ଏହି ତଥ୍ୟ ପ୍ରକାଶ ପାଇଛି ।

ଚଳିତ ବର୍ଷ ଏପ୍ରିଲ୍ ୩୦ ପର୍ୟ୍ୟନ୍ତ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ ମୋଟ ୭୧,୩୯,୪୭୩ ଜଣ ତମାଖୁ ସେବନ କରିନ୍ତି । ସେମାନଙ୍କ ମଧ୍ୟରେ ୧୦ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ର ମାନେ ଅଧିକ ତମାଖୁ ସେବନ କରୁଥିବା ଜଣାପଡିଛି । ସେମାନଙ୍କ ସଂଖ୍ୟା ରହିଛି ୧,୭୪,୦୯୭ ।

ସର୍ଭେର ରିପୋର୍ଟ ଅନୁଯାୟୀ, ୯୦ ପ୍ରତିଶତରୁ ଅଧିକ ପୁରୁଷ ତମାଖୁ ସେବନ କରୁଥିବାବେଳେ ମାତ୍ର ୫ ପ୍ରତିଶତ ଟ୍ରାନ୍ସଜେଣ୍ଡର ସେହି ତାଲିକାରେ ରହିଛନ୍ତି । ଏହି ତାଲିକାରେ ମହିଳାଙ୍କ ସଂଖ୍ୟା ସର୍ବନିମ୍ନ ପ୍ରତିଶତ ରହିଛି ।

ଚଳିତ ବର୍ଷ ଏପ୍ରିଲ୍ ୩୦ ସୁଦ୍ଧା ମୋଟ ୧,୫୬,୬୪୪ ଜଣ ବ୍ୟକ୍ତି ସଫଳତାର ସହ ତମାଖୁ ସେବନ ଛାଡିଛନ୍ତି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.