fbpx

ସରଳସିଂହ ରେଲ୍‌ୱେ ଫାଟକ ନିକଟରୁ ୧୧ ଗ୍ରାମ ବ୍ରାଉନ୍‌ସୁଗର ସହ ସ୍କୁଟି ଜବତ, ୨ ଗିରଫ

ବାଲୁଗାଁ (ଭାସ୍କର ନ୍ୟୁଜ୍‌): ବାଲୁଗାଁ ଥାନା ଅନ୍ତର୍ଗତ ସରଳସିଂହ ରେଲ୍‌ୱେ ଫାଟକ ନିକଟରୁ ୧୧ ଗ୍ରାମ ବ୍ରାଉନ୍‌ସୁଗର ସହ ସ୍କୁଟିକୁ ଜବତ କରି ୨ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ବଭାଗ । ସେମାନେ ହେଲେ ବାଲୁଗାଁ ଗାନ୍ଧୀନଗରର ବାଦଲ ରାମ ନାଗା ବଂଶୀମୁଣ୍ଡା ଓ ପାରିକୁଦ ଅଲଣ୍ଡା ପାଟଣାର କର୍ଣ୍ଣ ଜାଲି ।

ପ୍ରାପ୍ତ ସୂଚନା ମୁତାବକ, ମଙ୍ଗଳବାର ପୂର୍ବାହ୍ନରେ ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡ଼ି ଅଞ୍ଚଳରୁ ଏକ ସ୍କୁଟି (ଓଡି୦୨ଏକ୍ୟୁ୨୪୦୨) ଯୋଗେ ବ୍ରାଉନ୍‌ସୁଗର ବାଲୁଗାଁ ଆସୁଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ବାଲୁଗାଁ ଅବକାରୀ ଏସ୍‌ଆଇ ମନୋଜ ବାରିକଙ୍କ ନେତୃତ୍ୱରେ କର୍ମଚାରୀମାନେ ସରଳସିଂହ ରେଲ୍‌ୱେ ଫାଟକ ନିକଟରେ ଛପି ରହିଥିଲେ । ସମ୍ପୃକ୍ତ ସ୍କୁଟିଟି ଫାଟକ ଅତିକ୍ରମ କରୁଥିବା ବେଳେ ଅବକାରୀ କର୍ମଚାରୀମାନେ ଗାଡ଼ିକୁ ଅଟକାଇବା ସହ ୨ଜଣଙ୍କୁ କାବୁ କରିଥିଲେ । ସେମାନଙ୍କ ଠାରୁ ପ୍ରାୟ ୧୧ ଗ୍ରାମର ବ୍ରାଉନ୍‌ସୁଗର ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ୨ ଅଭିଯୁକ୍ତଙ୍କୁ ଜିଲ୍ଲା ମୋବାଇଲ୍‌ ପିଆର୍‌ ନଂ ୦୯/୨୧- ୨୨ରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବା ଅବକାରୀ ଏସ୍‌ଆଇ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.