ରାଉରକେଲା: ଡାହାଣୀ ସନ୍ଦେହରେ ହତ୍ୟା ମାମଲାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହ ୩ ଦୋଷୀ ମହିଳାଙ୍କୁ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ମିଳିଥିବା ସୂଚନା ମିଳିଛି । ୧୪ ଜଣଙ୍କୁ ଏପରି ଦଣ୍ଡାଦେଶ ଶୁଣାଇଛନ୍ତି ରାଉରକେଲା ଏଡିଜେ-୧ କୋର୍ଟ । ତେବେ ୨୦୧୮ କୁଆଁରମୁଣ୍ଡା ଫାଣ୍ଡି ରତାଖଣ୍ଡି ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଡାହାଣୀ ସନ୍ଦେହରେ ସଂଘବଦ୍ଧ ଆକ୍ରମଣ କରି ମହିଳାଙ୍କୁ ହତ୍ୟା କରାଯାଇଥିଲା ।
ତେବେ ଡାହାଣୀ ସନ୍ଦେହରେ ହତ୍ୟା ମାମଲା ବଢ଼ିବାରେ ଲାଗିଛି । ଗତ ୧୧ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତ ଅଧିନ ବଉଳା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଜଣେ ୬୨ ବର୍ଷୀୟା ବୃଦ୍ଧା ମହିଳାଙ୍କ ମୁଣ୍ଡକୁ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମହୁଲଡ଼ିହା ଥାନା ପୋଲିସ ୩ ଜଣ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଝରଝରି ଗ୍ରାମର ମାନକୀ ମୁଣ୍ଡୁରୀ,କାଣ୍ଡେ ହେମ୍ବ୍ରମ ଏବଂ ଜଣେ ନାବାଳକ। ବୃଦ୍ଧାଙ୍କୁ ଏକ ଟାଙ୍ଗିଆରେ ଛେଚି ହତ୍ୟା କରିଥିବା ସେମାନେ ପୁଲିସ୍ ଆଗରେ ସ୍ୱୀକାର କରିଛନ୍ତି ।