fbpx

ବନ୍ୟା ବିତ୍ପାତ; ବୁଡି ଗଲା ଅନେକ ସହର, ବର୍ତ୍ତମାନ ସୁଦ୍ଧା ଗଲାଣି 112 ଜୀବନ

ନୂଆଦିଲ୍ଲୀ: ନେପାଳରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ପ୍ରକୃତି ଦେଖାଇଛି ତାଣ୍ଡବ ଲୀଳା । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବର୍ତ୍ତକମାନ ସୁଦ୍ଧା ନେପାଳରେ 112 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ସ୍ତରରେ ପ୍ରକାଶ ପାଇଛି । ଏହାସହ ଅନେକ ଲୋକ ନିଖୋଜ ରହିଥିବା ମଧ୍ୟ ଜଣାପଡିଛି । ତେବେ ଦିନକୁ ଦିନ ପାଣି ବଢୁଥିବା କାରଣରୁ ଶନିବାର ଆଲର୍ଟ କରାଯାଇଛି । ଦେଶରେ ମୋଟ 79 ଜଣ ନିଖୋଜ ରହିଥିବା ରିପୋର୍ଟରୁ ଜଣାପଡିଛି । ସେଥିମଧ୍ୟରୁ 16ଜଣ କାଠମାଣ୍ଡୁ ଉପତ୍ୟକାର ହୋଇଥିବା ଜଣାପଡିଛି । ଅନ୍ୟପଟେ 3000 ଲୋକଙ୍କୁ ଉଦ୍ଧାର କରାଯାଇଛି । ତେବେ ବର୍ଷା ଏବଂ ଭୂସ୍ଖଳନ କାରଣୁ ଦେଶର 63ଟି ହାଇଓ୍ବେକୁ ବନ୍ଦ ରଖାଯାଇଛି ।

ତେବେ ଏଭଳି ଅବସ୍ଥାକୁ ଦେଖି ଜରୁରୀକାଳୀନ ବୈଠକ ଡକାଇଥିଲେ ସରକାର । ପ୍ରକାଶ ମାନ୍ ସିଂ ଦେଶର ମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ନେଇ ବୈଠକ କରିଥିଲେ । ତେବେ ପରିସ୍ଥିତିରେ ସୁଧାର ଆଣିବା ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଥିଲେ । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଦେଶ ଦେଇଥିଲେ । ଏହାସହ 3ଦିନ ସ୍କୁଲ ଛୁଟି ଘୋଷଣା କରିବା ସହିତ ସମସ୍ତ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି ।

ଶନିବାର କାଠମାଣ୍ଡୁ ସମ୍ପୁର୍ଣ୍ଣ ଅନ୍ଧକାର ରହିଥିଲା । ଭୂସ୍ଖଳନ ଏବଂ ବର୍ଷା ଯୋଗୁଁ ସେହି ସ୍ଥାନରେ ପ୍ରଶସନକୁ ପହଞ୍ଚିବାରେ ମଧ୍ୟ ଅସୁବିଧା ଦେଖାଯାଇଛି । ପୋଲିସର କହିବା ଅନୁସାରେ, କାଠମାଣ୍ଡୁରେ ବର୍ତ୍ତମାନ ସୁଦ୍ଧା 226ଟି ଘର ଭାଙ୍ଗିଯିବା ସହିତ 3000 ସିକ୍ୟୁରିଟି ଟିମକୁ ନିୟୋଜିତ କରାଯାଇଛି ।

ତେବେ ନେପାଳରେ ବନ୍ୟା ବିତ୍ପାତ ଦେଖି ବିହାରରେ ମଧ୍ୟ ଆଲର୍ଟ ଜାରି କରାଯାଇଛି । ଗଣ୍ଡକ, କୋସି, ମହାନନ୍ଦା ଏବଂ ଅନ୍ୟ ନଦୀକୂଳିଆ ବାସୀଙ୍କୁ 48 ଘଣ୍ଟା ପାଇଁ ସତର୍କ କରାଯାଇଛି । ବର୍ତ୍ତମାନ ମଧ୍ୟ ନଦୀରେ ପାଣି ଅଧିକା ରହିଥିବା କାରଣରୁ ଜିଲ୍ଲାର 13 ଜିଲ୍ଲା ବୁଡିଯିବାର ଆଶଙ୍କା କରାଯାଉଛି । ଯଦି ଏହା ହୁଏ ତାହେଲେ 141000 ଲୋକ ପ୍ରଭାବିତ ହେବେ ।

Get real time updates directly on you device, subscribe now.