fbpx

ରକ୍ତର ହୋଲି ଖେଳିଲା ସେନା: ୧୧୪ ଆନ୍ଦୋଳନକାରୀଙ୍କ ମୃତ୍ୟୁ

ନାଇପିତାବ, ୨୮ା୩: ଦେଶର ଯବାନଙ୍କ ବିରୋଧରେ ମ୍ୟାଁମାରରେ ଆନ୍ଦୋଳନ ଜାରି ରହିଛି । ମ୍ୟାଁମାର ସେନାର ବର୍ବରତାର ସୀମା ଟପିଛି । ଯବାନଙ୍କ ଆଖିବୁଜା ଗୁଳି ବର୍ଷଣ ଫଳରେ ୧୧୪ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିଛି । ଗତକାଲି ଦେଶର ରାଜଧାନୀ ନାଇପିତାବଠାରେ ଯବାନ ଦିବସ ଅବସରରେ ପରେଡ କରାଯାଇଥିଲା । ଆନ୍ଦୋଳନକାରୀଙ୍କୁ ଦମନ କରିବା ପାଇଁ ଯବାନମାନେ ଆଖୁବୁଜା ଗୁଳି ଚଳାଇଥିଲେ । ୧୨ରୁ ଅଧିକ ସହରରେ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ବର୍ଷଣ କରାଯାଇଥିଲ । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଦେଶର ସେନା ନିଜ ହାତକୁ ଦେଶର କ୍ଷମତାକୁ ନେଇଥିଲା । ସେନାର ଏହି ବର୍ବରତାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି ।

Get real time updates directly on you device, subscribe now.