fbpx

Inspector ପାହ୍ୟାକୁ ପଦୋନ୍ନତି ପାଇଲେ ୧୧୭ SI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ୧୧୭ ଜଣ ସବଇନ୍ସପେକ୍ଟର (ଏସଆଇ)ଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି କରାଯାଇଛି । ପଦୋନ୍ନତି ପାଇଥିବା ନୂତନ ଇନ୍ସପେକ୍ଟରମାନଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲା, ପୋଲିସ ଏଷ୍ଟାବ୍ଲିସମେଣ୍ଟକୁ ବଦଳି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପାଇଛି ।

ନୂତନ ଅଧିକାରୀମାନଙ୍କୁ ତୁରନ୍ତ ରିଲିଭ୍ କରିବା ପାଇଁ ଏସପିମାନଙ୍କୁ ପୋଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଭ୍ ପରେ ସମ୍ପୃକ୍ତ ଇନ୍ସପେକ୍ଟରମାନେ ବଦଳି ହୋଇଥିବା ଜିଲ୍ଲା ଓ ଏଷ୍ଟାବ୍ଲିସମେଣ୍ଟରେ ଯୋଗଦେବାକୁ କୁହାଯାଇଛି । ପଦୋନ୍ନତି ପାଇଥିବା ଅଧିକାରୀମାନେ ୨୦୧୧ ଓ ୨୦୧୨ ବ୍ୟାଚର ବୋଲି ଜଣାପଡ଼ିଛି । ତେବେ ପ୍ରଶାସନିକ ଆବଶ୍ୟକତା ଓ ଖାଲି ପଡ଼ିଥିବା ପଦବୀ ପୂରଣ ଲାଗି ଏସଆଇମାନଙ୍କୁ ପଦୋନ୍ନତି ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.