କଣ୍ଟାବାଞ୍ଜି: ରେଳ ୱାଗନରେ ୧୨ ବୋମା ଜବତ । ମାଓପ୍ରବଣ ଇଲାକା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଯାଞ୍ଚବେଳେ ବାହାରିଲା ବୋମା ।
ଜବତ ବୋମା ସଇଁତଳା ଗେଳାବାରୁଦ କାରଖାନାର ହୋଇଥିବା ସୂଚନା । ବୋମା ଫେରାଇ ଦିଆଯାଇଥିବା କହିଲେ ଷ୍ଟେସନ ମାଷ୍ଟର ।
ରେଳ ୱାଗନକୁ କିଭଳି ବୋମା ଆସିଲା ତାହା ଜଣାପଡ଼ିନାହିଁ । ଏଥିରେ କାହା ସମ୍ପୃକ୍ତି ଅଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନ ଥିବା ସୂଚନା । ଏ ନେଇ କୌଣସି ଅଭିଯୋଗ ହୋଇନାହିଁ ।
ରେଳ ୱାଗନରେ ବୋମା ମିଳିବା ନିହାତି ଭାବେ ଏକ ଚିନ୍ତାଜନକ ବିଷୟ । ଟ୍ରେନ୍ରେ ବିସ୍ଫୋରଣ କରିବା ଯୋଜନାରେ ଷଡଯନ୍ତ୍ରକାରୀ ବୋମା ରଖିିଥିବା ସନ୍ଦେହ କରାଯାଉଛି । କଣ୍ଟାବାଞ୍ଜି ମାଓପ୍ରବଣ ଇଲାକା ହେବା କାରଣରୁ ଘଟଣାକୁ ଗୁରୁତର ସହ ନିଆଯାଉଛି ।