ନୂଆଦିଲ୍ଲୀ: ମଧ୍ୟରାତ୍ରୀରେ ଭୟଙ୍କର ବିସ୍ପୋରଣ । ରାତି ଅଧରେ ହଠାତ୍ ଷ୍ଟିଲ ପ୍ଲାଣ୍ଟରେ ନିଆଁ ଲାଗିଯିବାକୁ ଅତି କମରେ 12 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1ରୁ ଅଧିକ ଆହତ ହୋଇଛନ୍ତି । ସେଣ୍ଟ୍ରୋଲ ମେକ୍ସିକୋରେ ଦେଖାଯାଇଛି ଏଭଳି ଘଟଣା । ଭୋର 3ଟା ବେଳେ ମେକ୍ସିକୋ ସିଟିର ପ୍ରାୟ 140 କିଲୋମିଟର ପୂର୍ବରେ ଥିବା ଜାଲୋଜଟୋକରେ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଷ୍ଟେଟ ସିଭିଲ ପ୍ରୋଟେକ୍ସନ ପକ୍ଷରୁ କୁହାଯାଇଛି । ତେବେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ନେଇ କୌଣସି ସୂଚନା ମିଳିପାରି ନାହିଁ । ତେବେ କେଉଁ କାରଣରୁ ଏତେ ବଡ ବିସ୍ଫୋରଣ ଘଟିଲା ସେନେଇ କୌଣସି ସୂଚନା ମିଳିପାରି ନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ତରଳ ଇସ୍ପାତରେ ନିଆଁ ଲାଗିଯିବା କାରଣରୁ ଏତେ ବଡ ବିସ୍ଫୋରଣ ହୋଇଥିଲା । ତେବେ ଖବର ପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ମୃତକ କିମ୍ବା ଆହତଙ୍କ ପାଇଁ କୌଣସି ଘୋଷଣା କରାଯାଇ ନାହିଁ ।