fbpx

(Video) ସଡ଼କ ପଥରୁ ୨୫୦ ଫୁଟ ତଳେ ଥିବା ନଦୀଗର୍ଭକୁ ଖସିଲା ଶ୍ରଦ୍ଧାଳୁ ଗାଡ଼ି: ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ, ୧୪ ଆହତ

Advertisement

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବଦ୍ରୀନାଥ ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ଟେମ୍ପୋ ଟ୍ରାଭେଲର ସଡ଼କ ପଥରୁ ବିଚ୍ୟୁତ ହୋଇ ଅଲକନନ୍ଦା ନଦୀଗର୍ଭରେ ଖସି ପଡ଼ିଥିଲା । ୨୫୦ ଫୁଟ ଖାଇ ମଧ୍ୟକୁ ଖସିବା ଫଳରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୧୦ ଜଣ ଯାତ୍ରୀଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ସେହିପରି ୨ ଅନ୍ୟ ଦୁଇଜଣ ଚିକିତ୍ସା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ଖବର ମୁତାବକ, ଏକ ଟେମ୍ପୋ ଟ୍ରାଭେଲରରେ ୨୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଦୁର୍ଘଟଣା ପରେ ୧୬ ଜଣ ଆହତଙ୍କୁ ଉଦ୍ଧାର କରାଯାଇଥିଲା । ୭ ଜଣ ଆହତଙ୍କୁ ଏୟାରଲିଫ୍ଟ କରାଯାଇ ଏମ୍ସ ଋଷିକେଶରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଅନ୍ୟ ୯ ଜଣ ଆହତଙ୍କୁ ରୁଦ୍ରପ୍ରୟାଗ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଟେମ୍ପୋ ଟ୍ରାଭେଲରଟି ଶ୍ରଦ୍ଧାଳୁଙ୍କୁ ନେଇ ଦିଲ୍ଲୀରୁ ବଦ୍ରୀନାଥ ଅଭିମୁଖେ ଯାତ୍ରା କରୁଥିଲା । ତେବେ କୌଣସି ଯାତ୍ରୀଙ୍କର ହାତ, ଗୋଡ଼ ଭାଙ୍ଗିନଥିବା କୁହାଯାଉଛି ।

ଦୁର୍ଘଟଣା ବିଷୟରେ ଖବର ପାଇ ଘଟଣାସ୍ଥଳରେ ଏସଡିଆରଏଫ ଓ ପୋଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରୁଦ୍ରପ୍ରୟାଗ ଜିଲ୍ଲାଧିକାରୀଙ୍କୁ ଘଟଣାର ଯାଞ୍ଚ ଆଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆଧାରରେ ଗମ୍ଭୀର ଭାବେ ଆହତ ହୋଇଥିବା ଯାତ୍ରୀଙ୍କୁ ଏୟାରଲିଫ୍ଟ କରି ଏମ୍ସ ଋଷିକେଶରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ପରିଜନଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫ ହଜାର ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ।

 

Get real time updates directly on you device, subscribe now.