fbpx

୧୨ ଜିଲ୍ଲା ସାବଧାନ୍‌! ଝଡ଼ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର): ରାଜ୍ୟରେ ଆଜି ଝଡ଼ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି । ଏନେଇ ରାଜ୍ୟର ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୩ ଘଣ୍ଟା ପାଇଁ ଏହି ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ତେବେ ଏହି ୧୨ ଜିଲ୍ଲାଗୁଡିକ ମଧ୍ୟରେ -ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର,ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର ସାମିଲ ରହିଛି । ଏହି ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.