fbpx

ମା’ ଗୃହ ୱାର୍ଡେନଙ୍କୁ ହତ୍ୟା ଘଟଣା: ୧୨ ଘଣ୍ଟିଆ ରାୟଗଡ଼ା ବନ୍ଦ

Advertisement

ରାୟଗଡ଼ା: ଆଜି ୧୨ ଘଣ୍ଟିଆ ରାୟଗଡ଼ା ବନ୍ଦ । ମା’ ଗୃହ ୱାର୍ଡେନଙ୍କୁ ହତ୍ୟା ମାମଲାକୁ ନେଇ ରାୟଗଡ଼ାକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ଆଦିବାସୀ ମହାସଂଘ ସହ ବିଜେପିର ବନ୍ଦ ପାଳନ । ଅଭିଯୁକ୍ତଙ୍କ ଗିରଫ ଦାବିରେ ସକାଳ ୬ରୁ ସଂଧ୍ୟା ୬ ଯାଏଁ ଜିଲ୍ଲା ବନ୍ଦ କରାଯାଇଛି । ଡିସେମ୍ବର ୨୧ ତାରିଖରେ ମେଡିକାଲ ପରିସରରୁ ୱାର୍ଡେନଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା ।

ସୂଚନା ଅନୁଯାୟୀ, ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ବନ୍ଦ ପାଳିତ ହୋଇଛି । ଚନ୍ଦ୍ରପୁର ୱାର୍ଡେନଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁର ମଧ୍ୟ ତଦନ୍ତ ପାଇଁ ଦାବି କରାଯାଇଛି । ତେବେ ଏହି ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ଦାବି କରାଯାଇଛି । ରାୟଗଡାରେ ସମସ୍ତ ଦିକାନ ବଜାର ବନ୍ଦ ରହିଛି ।

 

Get real time updates directly on you device, subscribe now.