fbpx

ଜଳିଲା ୧୨ ଲକ୍ଷ ଦୀପ, ଭକ୍ତି ଓ ଭାବନାର ଦେଖନ୍ତୁ ଅପୂର୍ବ ସଙ୍ଗମ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ବୁଧବାର ଦିନ ଭବ୍ୟ ଦୀପାବଳୀ ଅବସରରେ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ଭଗବାନ ଶ୍ରୀରାମଙ୍କ ନଗରୀକୁ ୧୨ ଲକ୍ଷ ଦୀପରେ ଖୁବ୍ ଭବ୍ୟ ଭାବରେ ସଜା ଯାଇଛି । ୧୨ ଲକ୍ଷ ଦୀପ ପ୍ରଜ୍ୱଳନ କରିବା ସହିତ ଏହା ବିଶ୍ୱ ରେକର୍ଡ କରିଛି । ତେବେ ଏହି ୧୨ ଲକ୍ଷ ଦୀବ ଲଗାଇବାକୁ ୩୬ ଲିଟର୍ ସୋରିଷ ତେଲର ବ୍ୟବହାର କରାଯାଇଛି । ରାମଜନ୍ମ ଭୂମି ପରିସରରେ ୫୧ ହଜାର ଦୀପ ଲଗାଯାଇଛି ।

ଚଳିତ ବର୍ଷ ଦୀପ ଗଣତିରେ ଏହା ଗିନିଜ୍ ବୁକ୍ ଅଫ୍ ରେକର୍ଡର ଟିମ୍ ପହଞ୍ଚିଥିଲେ । ୩୨ଟି ଟିମ୍ ମିଳିତ ଭାବରେ ଦୀପର ଗଣତି କରିଥିଲେ । ତେବେ ଅଯୋଧ୍ୟାର ବିଭିନ୍ନ ମନ୍ଦିରକୁ ବିଶେଷ ରୂପରେ ସଜାଯାଇଛି । ତେଣୁ ଏହି ସୁନ୍ଦରୀ ଅବସରକୁ ଉପଭୋଗ କରିବା ପାଇଁ ଅନେକ ସଂଖ୍ୟାରେ ଲୋକ ଏଠାରେ ଏକଜୁଟ୍ ହୋଇଛନ୍ତି ।

Get real time updates directly on you device, subscribe now.