fbpx

ସମ୍ବଲପୁରରେ ଜଜଙ୍କ ଚାମ୍ବରରେ ଭଙ୍ଗାରୁଜା: ୧୨ ଆଇନଜୀବୀ ଗିରଫ, ୯ ଜଣଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଆନ୍ଦୋଳନ ବେଳେ ଜିଲ୍ଲା ଜଜଙ୍କ ଚାମ୍ବରରେ ଭଙ୍ଗାରୁଜା ମାମଲାରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଏହି ମାମଲାରେ ୧୨ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ୯ ଆଇନଜୀବୀଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ଏହା ସହ ସିସିଟିଭି ଫୁଟେଜ ଦେଖି ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ କଚେରି ଛକରେ ୧୪୪ ଧାରା ଜାରି କରାଯାଇଛି ।

ଯେଉଁମାନେ ୨୦୦ ମିଟର ନିଷିଦ୍ଧାଞ୍ଚଳକୁ ଆସିବେ କାର୍ଯ୍ୟାନୁଷ୍ଠାନ ହେବବୋଲି ପୋଲିସ କହିଛି । କାଲି ୨୯ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିଥିଲା ବାର୍ କାଉନସିଲ ଅଫ୍ ଇଣ୍ଡିଆ । ଅନ୍ୟପଟେ ଗିରଫଦାରୀ ସଂଖ୍ୟା ଆଗକୁ ବଢ଼ିବ ବୋଲି ଏସପି ବି.ଗଙ୍ଗାଧର କହିଛନ୍ତି । ଏସପିଙ୍କ କହିବା ମୁତାବକ, କୋର୍ଟରେ ଭଙ୍ଗାରୁଜା ଘଟଣାରେ ଗିରଫ କରାଯାଇଛି ।

Get real time updates directly on you device, subscribe now.