fbpx

ରାଇମୋହନଙ୍କ ମୃତ୍ୟୁକୁ ନେଇ ଫିଟୁଛି ଗୁମର: ପରିବାର ସଦସ୍ୟ ସମେତ ୧୨ ଜଣଙ୍କୁ ଜେରା

ଭୁବନେଶ୍ୱର: ରାଇମୋହନଙ୍କ ମୃତ୍ୟୁ ରହସ୍ୟ ଉପରୁ ଧିରେ ଧିରେ ଉଠୁଛି ପରଦା । ଅଭିନେତାଙ୍କ ମୃତ୍ୟୁର ଅଡୁଆ ସୂତା ଖିଅକୁ ଖୋଲୁଛି ପୋଲିସ । ଓଲିଉଡର ବରିଷ୍ଠ ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ପଛର କାରଣ ଖୁବ ଶୀଘ୍ର ଜଣାପଡିବ ବୋଲି ଏବେ ଆଶା କରାଯାଉଛି ।  ତେବେ ଏହି ଘଟଣାକୁ ନେଇ ପୋଲିସର ୪ ଜଣିଆ ଟିମ ତଦନ୍ତ ଜାରି ରଖିଛି ।

ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ତଥା ଖଳନାୟକ ରାଇମୋହନ ପରିଡାଙ୍କ ମୃତ୍ୟୁକୁ ୪ ଦିନ ବିତି ସାରିଲାଣି । ସେପଟେ ଆତ୍ମହତ୍ୟା ମାମଲାକୁ ନେଇ ସସପେନ୍ସ ଏବେ ବି ଲାଗି ରହିଛି । ସୂତା କିଅ ଖୋଜି ପାଇବା ପାଇଁ ପୋଲିସ ପରିବାର ସଦସ୍ୟଙ୍କ ସମେତ ମୋଟ ୧୨ ଜଣଙ୍କୁ ତଦନ୍ତ ପରିସର ଭୁକ୍ତ କରିଛି । ତେବେ ପୋଲିସର ତଦନ୍ତ ସମୟରେ କିଛି ଆଶ୍ଚର୍ୟ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପୋଲିସର ସୂଚନା ଅନୁଯାୟୀ, ରାଇମୋହନ ପରିଡା ଆତ୍ମହତ୍ୟା ପଛରେ ଜଣେ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ତେବେ ସେହି ଯୁବକ ଜଣକ ନିଶାଖୋର ହୋଇଥିବା ବେଳେ ସେ ରାଇମୋହନଙ୍କ ଘର ପାଖରେ ରହୁଥିଲେ । ଏଥି ସହିତ ସେହି ଯୁବକ ଜଣକ ରାଇମୋହନଙ୍କ ପରିବାର ସହ ଘନିଷ୍ଠ ହେବାକୁ ମଧ୍ୟ ଚେଷ୍ଟା କରୁଥିଲେ । ତେବେ ରାଇମୋହନଙ୍କ ବ୍ୟତୀତ ତାଙ୍କ ପରିବାର ସହ ଯୁବକଙ୍କର ଭଲ ସମ୍ପର୍କ ଥିବା ଜଣାପଡିଛି । ଯାହାକୁ ସହ୍ୟ କରିପାରୁନଥିଲେ ରାଇମୋହନ । ଏନେଇ ରାଇମୋହନ ପୋଲିସରେ ମଧ୍ୟ ଅଭିଯୋଗ କରିଥିଲେ । ଯାହା ଫଳରେ ରାଇମୋହନଙ୍କ ପରିବାର ମଧ୍ୟରେ କଳହ ଆରମ୍ଭ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି ।

ତେବେ ସେହି ଯୁବକ ପାଇଁ ଘରେ କଳହ ସୃଷ୍ଟି ହେବାରୁ ରାଇମୋହନ ଏହିଭଳି ଏକ ଚରମ ନିଷ୍ପତି ନେଇଥିବା ପୋଲିସ ସନ୍ଦେହ କରୁଛି । ଅନ୍ୟପକ୍ଷେ ରାଇମୋହନଙ୍କ ପରିବାର ଏହାକୁ ଏକ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।  ରାଇମୋହନଙ୍କ ମୃତ୍ୟୁ ପରେ କବାଟ ଖୋଲା ଥିବାରୁ ପୋଲିସ ରାଇମୋହନଙ୍କ ପୁତୁରାକୁ ପୁଣି ଥରେ ଜେରା କରୁଛି । ତେବେ ରାଇମୋହନଙ୍କର କେହି ଶତ୍ରୁ ଥିଲେ କି ? ସେ ଆତ୍ମହତ୍ୟା ପୂର୍ବରୁ କାହା ସହ କଥା ହୋଇଥିଲେ । ଏହିଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ସହ ଅଧିକ ତଦନ୍ତ ଜାରି ରଖିଛି ମଞ୍ଚେଶ୍ୱର ପୋଲିସ ।

Get real time updates directly on you device, subscribe now.