ମା’….. ମୁଁ ମଲା ପରେ ଜାଣିବୁ; ମୁଁ କୁରକୁରେ ଚୋରି କରିନି!

କେହି ବୁଝିଲେନି ସତ । ଅପମାନ କଷ୍ଟ ସହିପାରିଲାନି ନାବାଳକ, ହାରିଦେଲା ଜୀବନ

କୋଲକାତା: ପଶ୍ଚିମବଙ୍ଗ ପଶ୍ଚିମ ମେଦିନିପୁର ଜିଲ୍ଲା ପନ୍ସୁକୁରାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କ୍ରିଶନେନ୍ଦୁ ଦାସ ନାମକ ୧୨ ବର୍ଷର ନାବାଳକ କରିଛି ଆତ୍ମହତ୍ୟା ।

ଚିପ୍ସ ପ୍ୟାକେଟ୍ ଚୋରି କରିବା ନେଇ ବିଚ୍ ରାସ୍ତାରେ ଅପମାନିତ ହେବା ଯୋଗୁଁ ନାବାଳକଟି ଏ ଚରମ ନିଷ୍ପତ୍ତି ନେଇଛି । ଗୁରୁବାର ସନ୍ଧ୍ୟାରେ ଗୋସାଇବର ବଜାରରେ ଥିବା ଏକ ଦୋକାନ ଭିତରକୁ ଯାଇଥିଲେ ।

ସେଠାରେ ଦୋକାନୀ ଜଣକ ପିଲାଟିର କଥା ନ ଶୁଣିବାରୁ, ସେ ଫେରିଆସୁଥିଲେ । ହେଲେ ସେ ପାଖରେ କୁରକୁରେ ପ୍ୟାକେଟ ପଡ଼ିଥିବାର କ୍ରିଶନେନ୍ଦୁ ଦେଖି ଗୋଟାଇ ପକାଇଥିଲେ, ସେ ସମୟରେ ଦୋକାନୀ ଶୁଭଙ୍କର କ୍ରିଶନେନ୍ଦୁଙ୍କ ହାତରେ କୁରକୁରେ ଦେଖି ଜୋରରେ ପାଟି କରିବାକୁ ଲାଗିଲେ ।

ପାଟି କଲା ଦୋକାନୀ
କ୍ରିଶନେନ୍ଦୁ କୁରକୁରେ ଚୋରି କରୁଥିବା ଦୋକାନୀ କହିବା ପରେ ତାଙ୍କ ମା’କୁ ଡାକରା ପଡ଼ିଲା । ମା’ ଏକଥା ଶୁଣି ମା’ ଜୋରରେ ରାଗି କ୍ରିଶନେନ୍ଦୁଙ୍କୁ ମାଡ଼ ମାରିବା ସହ ତାଙ୍କୁ ଲୋକଙ୍କ ଆଗରେ ଗାଳି କଲେ ।

ବୁଝିଲାନି ମା’
ପିଲାଟିର କଥା ଶୁଣିବାକୁ କେହି ନାରାଜ ଥିଲେ । ଯାହାପରେ ଘରକୁ ଫେରିବା ପରେ କ୍ରିଶନେନ୍ଦୁ ରୁମ୍ କବାଟ ବନ୍ଦ କରି ଦେଇଥିଲେ । କିଛି ସମୟ ପରେ ମା’ ଓ ପଡ଼ୋଶୀ କବାଟ ଭାଙ୍ଗି ରୁମ୍ ଭିତରେ ଦେଖିଲେ ତ, କ୍ରିଶନେନ୍ଦୁ ଅଚେତ ହୋଇ ତଳେ ପଡ଼ିଛନ୍ତି; ଆଉ ତାଙ୍କ ପାଖରେ ପଡ଼ିଥିଲା ଏକ କୀଟନାଶକ ବୋତଲ ।

ଆଖିରେ ଲୁହ ଭରିଦେଲା ଚିଠି
ମା’ ପାଖରେ ପହଞ୍ଚିଲାବେଳକୁ କ୍ରିଶନେନ୍ଦୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ତାଙ୍କ ପାଖରୁ ଏକ ଚିଠି ମିଳିଥିଲା, ଯାହା ବଙ୍ଗଳା ଭାଷାରେ ଲେଖାଯାଇଥିଲା । ଯେଉଁଥିରେ ଲେଖାଥିଲା, ମା… ମୁଁ ଚୋର ନୁହେଁ, ମୁଁ ଚୋରି କରିନାହିଁ । ମୁଁ ଦୋକାନରେ ଅଙ୍କଲଙ୍କୁ ବହୁତଥର ଡାକିଛି ; ହେଲେ ସେ ଶୁଣି ନ ଥିଲେ । ମୁୂଁ ଫେରିଆସିଲାବେକଳୁ ଗୋଟିଏ କୁରକୁରେ ପ୍ୟାକେଟ ପଡ଼ିଥିବାର ଦେଖିଲି, ଯାହାପରେ ମୁଁ ତାକୁ ଉଠେଇଥିଲି । ମୋତେ କୁରକୁରେ ବହୁତ ପସନ୍ଦ….