fbpx

୧୨୦ ବର୍ଷରେ ଭ୍ୟାକ୍ସିନ ନେଇ ଗାଁ ପାଇଁ ଉଦାହରଣ ପାଲଟିଲେ ବୃଦ୍ଧା, ସେନା ଦ୍ୱାରା ହେଲେ ସମ୍ମାନିତ

ଶ୍ରୀନଗର: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଛି  । ଏଭଳି ସ୍ଥିତିରେ ମହାମାରୀକୁ ରୋକିବା ପାଇଁ ସରକାର ଭ୍ୟାକ୍ସିନକୁ ଗୁରୁତ୍ୱ ଦେଇଛନ୍ତି । ତେବେ ବିଭିନ୍ନ ପ୍ରକାର ଭ୍ରାନ୍ତ ଧାରଣା ଯୋଗୁଁ ଲୋକମାନେ ଏବେବି ଭ୍ୟାକ୍ସିନ ନେବାକୁ ଡରୁଥିବାବେଳେ ଜମ୍ମୁ କାଶ୍ମୀରର ତହସିଲ ଅନ୍ତର୍ଗତ ଲଟ୍ଟୀ ଉପମଣ୍ଡଳ କଟିୟାସ ଗାଁରେ ରହୁଥିବା ୧୨୦ ବର୍ଷର ବୃଦ୍ଧା ଢୋଲୀ ଦେବୀ ଭ୍ୟାକ୍ସିନ ନେଇ ପୁରା ଗାଁ ପାଇଁ ପ୍ରେରଣା ପାଲଟିଛନ୍ତି । ତେବେ ସେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଭ୍ୟାକ୍ସିନ ଶିବିରରେ ପହଞ୍ଚି ଭ୍ୟାକ୍ସିନ ନେଇଥିଲେ । ଏହା ପରେ ଭାରତୀୟ ସେନା ମଧ୍ୟ ତାଙ୍କୁ ସମ୍ମାନିତ କରିଛି ।

ଉତ୍ତର ସେନାର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୱାଇ.କେ ଯୋଶୀ, ଜାମ୍ମୁ କାଶ୍ମୀରର ତହସିଲ ଅନ୍ତର୍ଗତ ଲଟ୍ଟୀ ଉପମଣ୍ଡଳ କାଟିୟାସ ଗାଁର ୧୨୦ ବର୍ଷିୟ ଢୋଲୀ ଦେବୀ ଙ୍କୁ ଭେଟିଥିଲେ। ଏହି ସମୟରେ ଜେନେରାଲ ତାଙ୍କୁ ଫୁଲ ଦେଇ ଅଭିବାଦନ ଜଣାଇଥିଲେ। ଢୋଲୀ ଦେବୀ ଙ୍କ ସହ ତାଙ୍କ ପୁରା ପରିବାର ମଧ୍ୟ କରୋନା ଟିକା ନେଇଥିଲେ, ଯାହା ଦ୍ୱାରା ଗାଁର ଲୋକମାନେ ଏହି ମହାମାରୀ ରକ୍ଷାପାଇବା  ବିଷୟରେ ଅବଗତ ହୋଇପାରିବେ।

ଟୀକାକରଣକୁ ନେଇ ଢୋଲୀ ଦେବୀଙ୍କ ପରିବାର ଲୋକ କହିଛନ୍ତି , “ଟୀକା ନେବା ଦ୍ୱାରା ଆମର ଆତ୍ମ ବିଶ୍ୱାସ ବଢିଛି ଓ ଆମେ ସୁରକ୍ଷିତ ଅନୁଭବ କରୁଛୁ କାରଣ ଏହି କୋଭିଡ ଟୀକା କରୋନା ସଂକ୍ରମଣରୁ ସର୍ବୋତ୍ତମ ଢାଲ ଅଟେ ।” ଏହା ବ୍ୟତୀତ ତାଙ୍କ ପରିବାର ସମସ୍ତଙ୍କୁ ଟୀକା ନେବାପାଇଁ ଆଗେଇ ଆସିବାକୁ କହିଛନ୍ତି ।

ପୂର୍ବରୁ ମଧ୍ୟ ଏଭଳି ଜଣେ ୧୦୩ ବର୍ଷ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରସିଦ୍ଧ ଗାନ୍ଧୀବାଦୀ ହାରୋହଲ୍ଲୀ ଶ୍ରୀନିବାସୟା ଡୋରେସ୍ୱାମୀ ମାତ୍ର ପାଞ୍ଚ ଦିନ ମଧ୍ୟରେ ଏହି ଭୂତାଣୁକୁ ପରାସ୍ତ କରିଥିଲେ। ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା ଯୋଘୁଁ ହସ୍ୱିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର କୋଭିଡ ପଜିଟିଭ ରିପୋର୍ଟ ଆସିଥିଲା ଏବଂ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ ସେ ଗୋଟିଏ ସପ୍ତାହରୁ କମ ସମୟ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

Get real time updates directly on you device, subscribe now.