fbpx

ମହିଳା ୟୁଟ୍ୟୁବରଙ୍କ ସହ ଅସଦାଚରଣ ମାମଲାରେ ଏଯାବତ୍ ଗିରଫ ହେଲେଣି ୧୨୬

ନୂଆଦିଲ୍ଲୀ: ପାକିସ୍ତାନରେ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ମୀନାର୍-ଏ-ପାକିସ୍ତାନରେ ଜଣେ ଯୁବତୀଙ୍କ ସହିତ କିଛି ଦୁର୍ବୁତ୍ତ ଦୁଷ୍କର୍ମ କରିଥିଲେ । ଏହି ମାମଲାରେ ଏଯାବତ୍ ୧୨୬ ଜଣ ଗିରଫ ହେଲେଣି । ତେବେ ଏହି ଘଟଣା ପରେ ପୂରା ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା । ଖାଲି ସେତିକି ନୁହେଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଏହି ଘଟଣଶକୁ ଜୋରଦାନ୍ନିନ୍ଦା କରାଯାଇଥିଲା । ଏହି ଘଟଣା ଅଗଷ୍ଟ ୧୪ ତାରିଖ ଦିନ ଘଟିଥିଲା ।

ଅଗଷ୍ଟ ୧୪ ତାରିଖ ଦିନ ସ୍ୱାଧୀନତା ଦିବସ ଅବସରରେ ଲାହୋର୍ ରେ ମୀନାର୍-ଏ-ପାକିସ୍ତାନରେ ପାଖରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ସେହି ସମୟରେ ଯୁବତୀଙ୍କ ସହ ଏପରି ଘଟଣା ଘଟିଥିଲା । ଏହାର ଏକ ଭିଡିଓ ଫୁଟେଜ୍ ମଧ୍ୟ ଜାରୀ ହୋଇଥିଲା । ସେଥିରେ ଦେଖିବାକୁ ମିଳିଥିଲା ଯେ, ଅନେକ ଜଣ ଯୁବକ ପୀଡ଼ିତାଙ୍କ ସହ ଖୁବ୍ ଖରାପ ବ୍ୟବହାର କରୁଛନ୍ତି । ଯୁବତୀଙ୍କୁ ରାସ୍ତାରେ ଘୋଷାଡିବା ସହିତ ତାଙ୍କ ପୋଷାକକୁ ମଧ୍ୟ ବିଚ୍ ରାସ୍ତାରେ ଚିରି ଦେଇଥିଲେ ଓ ଅସଦାଚରଣ କରୁଥିବା ଦେଖିବାକୁ ମିଳିଥିଲା ।
ଏହି ମାମଲାରେ ପୋଲିସ୍ ଗତ ମଙ୍ଗଳବାର ଦିନ ୪୦୦ଜଣ ଅଜଣା ଯୁବକଙ୍କ ନାମରେ ଘଟଣା ଘଟିଥିବା ଦିନ ହିଁ ମାମଲା ରୁଜୁ କରାଯାଇଥିଲା । ଏନେଇ ପଞ୍ଜାବ ପୋଲିସ୍ ମହାନୀରିକ୍ଷକ ଈନାମ୍ ଗନୀ ସୋମବାର ଦିନ ଏକ ବୟାନ ଜାରି କରି କହିଛନ୍ତି ଯେ, ପୋଲିସ୍ ଉକ୍ତ ଭିଡିଓ ଫୁଟେଜ୍ ସହାୟତା ଚିହ୍ନଟ କରି ୧୨୬ ଜଣଙ୍କୁ ଗିରଫ କରିଛି । ଆଉ ସେମାନଙ୍କୁ ଜେଲ ପଠାଯାଇଛି । ସେଠାରେ ପୀଡ଼ିତା ସେମାନଙ୍କୁ ଚିହ୍ନିବା ପରେ ପୋଲିସ୍ ସନ୍ଦିଗ୍ଧ ମାନଙ୍କ ବିରୋଧରେ ଆକ୍ସନ ନେବ ।

ଯୁବତୀ ଜଣକ କହିଛନ୍ତି ଯେ, ସେ ଓ ତାଙ୍କ ସାଙ୍ଗ ମାନେ ସ୍ୱାଧୀନତା ଦିବସ ଦିନ ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଁ ଭିଡିଓ କରିବା ପାଇଁ ମୀନାର୍-ଏ-ପାକିସ୍ତାନକୁ ଯାଇଥିଲେ । ଯେତେବେଳେ ସେମାନେ ଭିଡିଓ ଶୁଟ୍ କରିବା ଆରମ୍ଭ କରିଥିଲେ ସେହି ସମୟରେ ସେଠାରେ ଥିବା ଅନେକ ସଂଖ୍ୟାରେ ଯୁବକ ମାନେ ଆସି ତାଙ୍କ ସହିତ ଅସଦାଚରଣ କରିବାକୁ ଲାଗିଲେ । ତାଙ୍କ ପୋଷାକ ବି ଚିରି ଦେଲେ ଏବଂ ଖରାପ ବ୍ୟବହାର କଲେ । ରାସ୍ତା ଉପରେ ଘୋଷାଡ଼ିଲେ । ଅନେକ ସମୟ ଏପରି କରିବା ପରେ ଜଣେ ସୁରକ୍ଷାକର୍ମୀ ଆସି ତାଙ୍କୁ ରକ୍ଷା କରିଥିଲେ ।

Get real time updates directly on you device, subscribe now.