fbpx

ସୋନୁ ସୁଦଙ୍କୁ ତାଙ୍କ ଫ୍ୟାନ୍ ମାଗିଲେ ୧ କୋଟି ଟଙ୍କା, ଅଭିନେତା ଦେଲେ ମଜାଦାର୍ ଉତ୍ତର

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ୍ ଯିଏକି କୋଭିଡ୍ ସମୟରେ ଲୋକମାନଙ୍କ ପାଖରେ ଭଗବାନ ହୋଇ ଠିଆ ହୋଇଥିଲେ । ଘରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଆର୍ଥିକ ସହାୟତା ଯାଏଁ ସବୁ ପ୍ରକାରର ସାହାଯ୍ୟ କରିଥିଲେ ସୋନୁ । ତେଣୁ ପୂର୍ବାପେକ୍ଷା ତାଙ୍କ ଫ୍ୟାନ୍ ଫଲୋଇଂ ଖୁବ୍ ବଢ଼ିଯାଇଛି । ଏପରି ସହାୟତାକୁ ନେଇ ଅନେକ ଫ୍ୟାନ୍ ତାଙ୍କୁ ଗର୍ଲଫ୍ରେଣ୍ଡ ଠାରୁ ଆରମ୍ଭ କରି ମୋବାଇଳ୍ ଫୋନ୍ ସବୁ ଟୁଇଟ୍ କରି ମାଗୁଛନ୍ତିା ଆଉ ସୋନୁ ମଧ୍ୟ ସେମାନଙ୍କ ଖୁବ୍ ମଜାଦାର୍ ଉତ୍ତର ଦେଉଛନ୍ତି । ତେବେ ନିକଟରେ ଜଣେ ଫ୍ୟାନ୍ ତାଙ୍କୁ ୧ କୋଟି ଟଙ୍କା ମାଗିଥିଲେ । ଏହାର ଉତ୍ତରରେ ଅଭିନେତା ଏପରି ଉତ୍ତର ଦେଇଥିଲେ ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି ।

ସୋନୁଙ୍କୁ ଟୁଇଟ୍ କରି ଜଣେ ଯୁବକ କହିଥିଲେ, “ସାର୍ ମୋତେ ୧ କୋଟି ଟଙ୍କା ଦିଅନ୍ତୁ” । ଏହାର ରିପ୍ଲାଏରେ ସୋନୁ ଲେଖିଛନ୍ତି, “ମାତ୍ର ୧ କୋଟି? ଆପଣ ଅଧିକ ବି ମାଗିପାରିଥାନ୍ତେ” । ଖାଲି ସେତିକି ନୂହେଁ ସେହିପରି ଆଉ ଜଣେ ଫ୍ୟାନ୍ କହିଥିଲେ ଯେ, “ସାର୍ ମୋତେ ଆପଣଙ୍କ ଆଗାମୀ ଫିଲ୍ମରେ ଏକ ରୋଲ୍ ଦେବେ?” । ସୋନୁ ରିପ୍ଲାଏରେ ଲେଖିଥିଲେ, “କାହାକୁ ସାହାଯ୍ୟ କରିବା ଠାରୁ କୌଣସି ରୋଲ୍ ବଡ଼ ହୋଇନଥାଏ । ଏହି ରୋଲ୍ କର । ଏହାପରେ ତୁମ ଠୁ ବଡ଼ ଆଉ କୋଉ ବି ହିରୋ ହେବନି” ।

ସୋନୁ ଅଭିନୟ ଦୁନିଆରେ ପାଦ ଥାପିବା ପୂର୍ବରୁ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ । ତା’ପରେ ସାଉଥ ସିନେମାରୁ ବଲିଉଡ ଯାତ୍ରା କରିଥିଲେ । ସୋନୁ ସୁଦ କେବଳ ନିଜର ଅଭିନୟ ପାଇଁ ଜଣାଶୁଣା ନୁହଁନ୍ତି, ବରଂ ସେ ନିଜ ଶରୀର ଏବଂ ଫିଟନେସ ପାଇଁ ଅନେକ ପ୍ରଶଂସା ସାଉଁଟି ଆସିଛନ୍ତି ।

 

 

Get real time updates directly on you device, subscribe now.