fbpx

ମାଡି ଆସୁଛି ୩ୟ ଲହର! ଶିଶୁଙ୍କ ଉପରେ ଫୋକସ୍

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ବି ବିପଦ ସମ୍ପୂର୍ଣ୍ଣ ଶେଷ ହୋଇନି । ଆସନ୍ତା ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ଥିବା ବିଶେଷଜ୍ଞମାନେ କହିଛନ୍ତି । ଏହାରି ମଧ୍ୟରେ ୩ୟ ଲହରକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ ସେପ୍ଟେମ୍ବର ଓ ଅକ୍ଟୋବରରେ ୩ୟ ଲହର ଆସିବାର ସମ୍ଭାବନା ରହିଛି । ପାର୍ବଣ ଋତୁ ଥିବାରୁ ଲୋକମାନେ ବାହାରକୁ ଆସି ଭିଡ଼ କରନ୍ତୁ ନାହିଁ । ଟିକା ଦିଆଯାଇନଥିବାରୁ ୧୮ ବର୍ଷରୁ କମ୍ ପିଲା ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଛି । ତଥାପି ଶିଶୁଙ୍କ ଉପରେ ଫୋକସ୍ କରୁଛୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Get real time updates directly on you device, subscribe now.