fbpx
BSKY
BJD MC SKY
BJD MS SKY

ଚଳିତ ବର୍ଷ ୧୨୬ ବାଘଙ୍କ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଦେଶଷର ବାଘ ମୃତ୍ୟୁ ବଢ଼ିବାରେ ଲାଗିଛି । ତେବେ ଏହାକୁ ନେଇ ଆଶ୍ଚର୍ଯ୍ୟ କରିବା ପରି ଆକଳନ ସାମନାକୁ ଆସିଛି । ନ୍ୟାସନାଲ୍ ଟାଇଗର୍ କନ୍ଜରଭେସନ୍ ଅଥରିଟି ପକ୍ଷରୁ ଜାରି କରଯାଇଥିବା ଆକଳନ ଅନୁସାରେ, ଭାରତରେ ୨୦୨୧ରେ ୧୨୬ଟି ବାଘଙ୍କର ମୃତ୍ୟୁ ହୋଇଛି । ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଜାରି କରାଯାଇଥିବା ଏହି ଆକଳନ ମୁତାବକ, ୬୦ଟି ବାଘ ଶିକାରୀଙ୍କ ଦ୍ୱାରା ଓ ଅନ୍ୟାନ୍ୟ ଦୁର୍ଘଟଣା ଦ୍ୱାରା ମୃତ୍ୟୁବରଣ କରିଛନ୍ତି । ସେହିପରି ବାକି ଜଙ୍ଗଲ ବାହାରେ ମଣିଷଙ୍କ ଦ୍ୱାରା ସାମନାସାମନୀ ହୋଇ ପ୍ରାଣ ହରାଇଛନ୍ତି । ତେବେ ବାଘ ମୃତ୍ୟୁ ମାମଲା ମଧ୍ୟପ୍ରଦେଶରେ ସର୍ବାଧିକ ରହିଛି ।

ବିଭିନ୍ନ ରାଜ୍ୟ ବିଷୟରେ କହିବାକୁ ଗଲେ, ମଧ୍ୟପ୍ରଦେଶରେ ୫୨୬ ଟି ବାଘ ଅଛନ୍ତି। ୨୦୨୧ ରେ ଏଠାରେ ୪୨ ଟି ବାଘଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୩୧୨ ଟି ବାଘ ଅଛନ୍ତି ଓ ସେଠାରେ ୨୬ ଟି ବାଘଙ୍କର ମୃତ୍ୟୁ ଘଟିଛି। କର୍ଣ୍ଣାଟକରେ ୫୨୪ ଟି ବାଘ ରହିଥିବା ବେଳେ ରାଜ୍ୟରେ ୧୫ ଟି ବାଘଙ୍କର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ୧୭୩ ଟି ବାଘ ବାସ କରୁଛନ୍ତି । ଏଠାରେ ୯ ଟି ବାଘଙ୍କ ମୃତ୍ୟୁ ରେକର୍ଡ କରାଯାଇଛି।

Get real time updates directly on you device, subscribe now.