fbpx

ଦେଶରୁ ବାହାରିଲେଣି ୯୬୧ ଓମିକ୍ରନ୍ ଆକ୍ରାନ୍ତ; ଗତ ୨୪ ଘଣ୍ଟାରେ ୧୭୯ ଜଣ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ଆକାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଇତି ମଧ୍ୟରେ ସଂକ୍ରମଣ ପିକ୍ କୁ ଯିବା ଆରମ୍ଭ କରିଛି । ଦେଶରେ ଏଯାବତ୍ ୯୬୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ୧୭୯ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡ଼ିଛି । ଏଥିମଧ୍ୟରୁ ରାଜଧାନୀ ଦିଲ୍ଲୀରୁ ସର୍ବାଧିକ ୨୬୩, ମହାରାଷ୍ଟ୍ରରୁ ୨୫୨, ଗୁଜରାଟରୁ ୯୭, କେରଳରୁ ୬୫, ତେଲେଙ୍ଗାନାରୁ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୩୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଏବେସୁଦ୍ଧା ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହେଲେଣି ସଂକ୍ରମିତ ।

ସୂଚନାଯୋଗ୍ୟ, ଦେଶରେ ଦୈନିକ ସଂକ୍ରମଣ ପୁଣଇ ଥରେ ୧୦ ହଜାର ଟପିସାରିଛି । ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩ହଜାର ୧୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୯ହଜାର ୧୫୫ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୧୦ହଜାର ପାର୍ କରିଛି । ଗତକାଲି ତୁଳନାରେ ଆଜି ପ୍ରାୟ ୪୪ ପ୍ରତିଶତ ବୃଦ୍ଧି ହୋଇଛି ସଂକ୍ରମଣ । ୨ ଦିନରେ ଦେଶରେ ସଂକ୍ରମଣ ଦୁଇଗୁଣ ହୋଇଯାଇଛି । ଏଥିସହିତ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୦ ହଜାର ୮୬୦କୁ ବୃଦ୍ଧି ହୋଇଛି । ସେହିପରି ଆକ୍ଟିଭ୍ କେସ୍ ୮୨,୪୦୨ ରହିଛି ଓ ସୁସ୍ଥ ହୋଇଛନ୍ତି ୩,୪୨,୫୮,୭୭୮ ଜଣ ସଂକ୍ରମିତ ।

Get real time updates directly on you device, subscribe now.