fbpx

ଜନତାଙ୍କୁ ମିଳିବ ଆଶ୍ୱସ୍ତି: ଶସ୍ତା ହେବାକୁ ଯାଉଛି ୧୨୭ ପ୍ରକାରର ମେଡିସିନ୍, ଲିଷ୍ଟ ପ୍ରସ୍ତୁତ କଲା NPPA

ନୂଆଦିଲ୍ଲୀ: ଦେଶର ସାଧାରଣ ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି । ଅନେକ ପ୍ରକାରର ମେଡିସିନର ମୂଲ୍ୟ ହ୍ରାସ ଘଟିବାକୁ ଯାଉଛି । ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ୧୨୭ ପ୍ରକାରର ମେଡିସିନର ମୂଲ୍ୟ ସ୍ଥିର କରାଯାଇଛି । ଚଳିତ ବର୍ଷ କ୍ରମାଗତ ୫ମ ଥର ପାଇଁ କିଛି ମେଡିସିନର ମୂଲ୍ୟ କମ୍ ହେବାକୁ ଯାଉଛି ।

ତେବେ ଏହି ୧୨୭ ପ୍ରକାରର ମେଡିସିନରେ ପାରାସିଟାମଲ, ଆମୋକ୍ସିସିଲିନ, ରାବେପ୍ରାଜୋଲ ଓ ମେଟଫର୍ମିନ ଆଦିର ନାମ ସାମିଲ ରହିଛି । ପାରାସିଟାମଲ ମେଡିସିନକୁ ଅଧିକାଂଶ ଘରେ ବ୍ୟବହାର କରାଯାଇଥାଏ । ଅନ୍ୟପକ୍ଷରେ ମଣ୍ଟେଲୁକାସ ଓ ମେଟଫର୍ମିନ ପରି କିଛି ଔଷଧର ମୂଲ୍ୟ ବୃଦ୍ଧି ହୋଇପାରେ ।

ବର୍ତ୍ତମାନ ପାରାସିଟାମଲ (୬୫୦ ଏମଜି) ପ୍ରତି ଟାବଟେଲ ଦର ୨.୩ ଟଙ୍କାରେ ବିକ୍ରି ହେଉଛି । ଏବେ ଏହାର ମୂଲ୍ୟ ପ୍ରତି ଟାବଲେଟର ଦର ୧.୮ ଟଙ୍କା ସ୍ଥିର କରାଯାଇଛି । ଆମୋକ୍ସିସିଲିନ ଓ ପୋଟାସିୟମ କ୍ଲାଭୁଲାନେଟର ପ୍ରତି ଟାବଲେଟର ମୂଲ୍ୟ ୨୨.୩ ଟଙ୍କା ରହିଥିବା ବେଳେ ତାହା ହ୍ରାସ ପାଇ ୧୬.୮ ଟଙ୍କା ହୋଇଛି । ୪୦୦ ଏମଜି ମୋକ୍ସିଫ୍ଲୋଜାସିନର ପ୍ରତି ଟାବଲେଟର ମୂଲ୍ୟ ୩୧.୫ ଟଙ୍କାରୁ ହ୍ରାସ ପାଇ ୨୨.୮ ଟଙ୍କାରେ ପହଞ୍ଚିଛି ।

ଏକ ରିପୋର୍ଟ ମୁତାବକ, ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ (ଏଆଇଓସିଡି)ର ମହାସଚିବ ଏହାକୁ ଏକ ଭଲ ନିଷ୍ପତ୍ତି ବୋଲି କହିଛନ୍ତି । ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ ଇନଗ୍ରେଡିଏଣ୍ଟସନ (ଏପିଆଇ)ର ମୂଲ୍ୟ ବଢ଼ିବା ପରେ ନିର୍ମାତାମାନ ଆଗକୁ ମୂଲ୍ୟ ହ୍ରାସ ଦାବି କରିବାର ସମ୍ଭାବନା କମ୍ । ତେଣୁ ଭବିଷ୍ୟତରେ ସପ୍ଲାଇ ପ୍ରଭାବିତ ହେବାର ଆଶଙ୍କା ନାହିଁ । ତେବେ ନୂଆ ମୂଲ୍ୟଯୁକ୍ତ ଔଷଧଗୁଡ଼ିକ ଏକ ମାସ ମଧ୍ୟରେ ବଜାରରେ ଉପଲବ୍ଧ ହେବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.