ଦେବସ୍ନାନ ପୂର୍ଣ୍ଣିମା ପରେ ଏହି ରାଶିମାନଙ୍କ ଘରକୁ ଆସିବେ କୁବେର, ହେବ ଧନର ବର୍ଷା

ଦେବସ୍ନାନ ପୂର୍ଣ୍ଣିମା ପରେ ସୁନାର ଚାମଚରେ ଖାଇବେ ଏହି ରାଶିର ଲୋକେ । ଘରକୁ ଆସିବେ କୁବେର । ହେବ ଧନର ବର୍ଷା।

ଓଡ଼ିଶା ଭାସ୍କର: ଦେବସ୍ନାନ ପୂର୍ଣ୍ଣିମା ପରେ ସୁନାର ଚାମଚରେ ଖାଇବେ ଏହି ରାଶିର ଲୋକେ । ଘରକୁ ଆସିବେ କୁବେର । ହେବ ଧନର ବର୍ଷା।

ମେଷ: ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିବ। ଘରକୁ ଅତିଥି ଆସିପାରନ୍ତି। ଆର୍ଥିକ ସମସ୍ୟା ଦେଖା ଦେବ। ନୂତନ ଯାନବାହନ କିଣିପାରନ୍ତି।

ବୃଷ: ଘରକୁ ନୂଆ ଜିନିଷ ଆଣିବେ। ଭାବିଚିନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଭଲ। ଗୁରୁଜନଙ୍କ ଆଶୀର୍ବାଦ ନେବେ। ଆର୍ଥିକ କାରବାରରେ ଲାଭ ମିଳିବ। ଅପ୍ରିୟ ସତ କହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ମିଥୁନ: ଆତ୍ମବିଶ୍ବାସର ସହ ସମସ୍ତ କାର୍ଯ୍ୟ କରିବେ। ପରିଶ୍ରମ ଅନୁସାରେ ଫଳ ମିଳିବନି। ବାଦବିବାଦରୁ ଦୂରେଇ ରହିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପରିଶ୍ରମ କରିବେ। ଜୀବନସାଥୀଙ୍କୁ ସମୟ ଦେବେ।

କର୍କଟ: ମାଂସପେଶୀ ଯନ୍ତ୍ରଣା ଅନୁଭବ କରିବେ। ଇଷ୍ଟ ଦେବଙ୍କୁ ସ୍ମରଣ କରିବେ। ସୃଜନାତ୍ମକ କାର୍ଯ୍ୟରେ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ସଫଳ ହେବେ। ଜମି କିଣିବା ଯୋଗ ଅଛି।

ସିଂହ: ଦିନଟି ହସଖୁସିରେ କଟିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ପ୍ରେମ ମାମଲାରେ ଦିନଟି ଭଲ। ବନ୍ଧୁଙ୍କ କଥା ଆଘାତ ଦେବ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ପ୍ରେମ ବ୍ୟାପାରରେ ସଫଳତା ମିଳିବ।

କନ୍ୟା: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ରୋଗମୁକ୍ତ ହେବେ। ପରିବାର ସଦସ୍ୟଙ୍କ ମନ ଜିଣିବେ। ନିଯୁକ୍ତିକୁ ନେଇ ଖୁସି ଖବର ମିଳିବ। ରାଜନେତାଙ୍କ ପାଇଁ ଦିନଟି ଭଲ।

ତୁଳା: ବ୍ୟବସାୟରେ ଅଚାନକ ଧନଲାଭ ଯୋଗୁଁ ଆର୍ଥିକ ଅବସ୍ଥା ସୁଦୃଢ ହେବ। ପାରିବାରିକ ବିବାଦ ଦେଖା ଦେବ। ଜୀବନସାଥୀଙ୍କ ସହ ନୂଆ ସ୍ଥାନ ବୁଲିବାକୁ ଯିବେ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ। ଯାତ୍ରା ଲାଭଦାୟକ ହେବ।

ବିଛା: ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା କରିବେ। ସନ୍ତାନଙ୍କ ସହ ବୁଲିବାକୁ ଯିବେ। ବନ୍ଧୁମିଳନ ଯୋଗ ଅଛି। ଅଫିସ୍‌ ସହକର୍ମୀଙ୍କ ସହଯୋଗ ମିଳିବ। ଉଧାର ଟଙ୍କା ଫେରି ପାଇବେ।

ଧନୁ: ଯୋଜନାମୁତାବକ ସମସ୍ତ କାର୍ଯ୍ୟ କରିବେ। ଚିନ୍ତାଗ୍ରସ୍ତ ରହିପାରନ୍ତି। ଛାତ୍ରଛାତ୍ରୀ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଦେଖା ଦେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ମକର: ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେବ। ସମୟର ସଠିକ ଉପଯୋଗ କରିବେ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଉତ୍ତମ। ଯାନବାହନ ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବା ଭଲ।

କୁମ୍ଭ: ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବେ। ଚାକିରିରେ ପଦୋନ୍ନତି ହେବ । ଆର୍ଥିକ ଲାଭ ହେବ । ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଅଫିସ୍‌ରେ କାର୍ଯ୍ୟଭାର କମ୍ ହେବ। ଆଣ୍ଠୁଗଣ୍ଠି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ମୀନ: ଇଞ୍ଜିନିୟରିଂ କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁ ମିଳନ ଯୋଗ ଅଛି। ଭାଇଭଉଣୀଙ୍କ ମଧ୍ୟରେ ଝଗଡ଼ା ହେବ। ଛାତ୍ରଛାତ୍ରୀ ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ।