fbpx

କମିଶନରେଟ୍ ପୋଲିସରେ ଅଦଳବଦଳ: ୧୩ ଜଣ ACP ଓ ୬ ଜଣ ADCP ବଦଳିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ନିର୍ବାଚନ ପୂର୍ବରୁ କମିଶନରେଟ୍ ପୋଲିସରେ ଅଦଳବଦଳ କରାଯାଇଛି । ୧୩ ଜଣ ଏସିପି ଓ ୬ ଜଣ ଅତିରିକ୍ତ ଡିସିପି (ଏଡିସିପି)ଙ୍କୁ ବଦଳି କରାଯାଇଛି । ଏହି ଅଧିକାରୀମାନଙ୍କୁ ତ୍ୱରିତ ଭାବେ ନୂଆ ସ୍ଥାନରେ ଯୋଗଦେବାକୁ କମିଶନରଙ୍କର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଟ୍ରାଫିକ ଏଡିସିପି ଦେବଦତ୍ତ କରଙ୍କୁ କଟକ ଡିସିପି ଅଫିସକୁ ଟ୍ରାନ୍ସଫର କରାଯାଇଛି । ସେହିପରି ଏଡିସିପି କେ.ପି ଦାଶଙ୍କୁ କଟକ ଆଇୟୁସିଏଡବ୍ଲ୍ୟୁରୁ ଭୁବନେଶ୍ୱର କମିଶନରେଟ ପୋଲିସ ମୁଖ୍ୟାଳୟକୁ, ଭୁବନେଶ୍ୱର ଡିସିପି ଅଫିସରେ ଥିବା ଏଡିସିପି ପ୍ରକାଶ ପାଲଙ୍କୁ କଟକ ଆଇୟୁସିଏଡବ୍ଲ୍ୟୁକୁ, ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟ ଆଇୟୁସିଏଡବ୍ଲ୍ୟୁରେ ଅବସ୍ଥାପିତ ଥିବା ଏଡିସିପି ତରୁଣ ଦାସଙ୍କୁ କଟକ ୟୁପିଡି (ଇଏମ)କୁ ଟ୍ରାନ୍ସଫର କରାଯାଇଛି ।

ସେହିପରି ଏସିପି ତ୍ୟ ମଲ୍ଲିକଙ୍କୁ ସିପି ଅଫିସର ଲାଇସେନ୍ସ ସେଲକୁ, ଏସିପି ପ୍ରଣିତା ପଟ୍ଟନାୟକଙ୍କୁ ଭୁବନେଶ୍ୱର ଡିସିପି ଅଫିସର କ୍ରାଇମ ସେକ୍ସନକୁ, ଏସିପି ଅମିତାଭ ମହାପାତ୍ରଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ, ଏସିପି ତପନ ପ୍ରଧାନଙ୍କୁ ଭୁବନେଶ୍ୱର ଜୋନ-୩କୁ, ଏସିପି ପ୍ରଦୀପ କୁମାର ରାଉତଙ୍କୁ କଟକ ଜୋନ-୩କୁ, ଏସିପି ମାନସ ଗଡ଼ନାୟକଙ୍କୁ ଟିଟିଆଇ (ଲକ୍ଷ୍ମୀସାଗର)କୁ, ଏସିପି ଇନଚାର୍ଜ ଉମାଶଙ୍କର ପ୍ରଧାନଙ୍କୁ କଟକ ଜୋନ-୪କୁ, ସ୍ପେଶାଲ ସ୍କ୍ୱାଡ୍ ଏସିପି ହିମାଂଶୁ ସ୍ୱାଇଁଙ୍କୁ ଟିଟିଆଇ ଭୁବନେଶ୍ୱରକୁ ବଦଳି କରାଯାଇଛି ।

Get real time updates directly on you device, subscribe now.