fbpx

ରାଜ୍ୟରେ ପୁଣି ୧୩୮୪ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୩ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୩୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୭୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୧୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଞ୍ଜାମରେ ସର୍ବାଧିକ ୩୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରେ ୨୧୧, କୋରାପୁଟରେ ୯୭, ସମ୍ବଲପୁରରେ ୯୩, କଟକରେ ୮୯, ଗଜପତିରେ ୬୧, ସୁନ୍ଦରଗଡରେ ୪୬,ବାଲେଶ୍ୱରେ ୭୯, ବଲାଙ୍ଗିରେ ୫୧, ମାଲକାନଗିରିରେ ୩୯, ଭଦ୍ରକରେ ୨୫, ବରଗଡରେ ୩୩, ଅନୁଗୁଳରେ ୧୩, ଢେଙ୍କାନପାଳରେ ୧୧, ଜଗତସିଂହପୁରରେ ୨୨, ମୟୂରଭଞ୍ଜରେ ୨୯, ନବରଙ୍ଗପୁରେ ୨୬, ନୟାଗଡରେ ୨୨, ଯାଜପୁରରେ ୧୮, ଝାରସୁଗୁଡାରେ ୭, ନୂଆପଡାରେ ୫, ପୁରୀରେ ୧୭, ରାୟଗଡାରେ ୩୮, ସୋନପୁରରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.