fbpx

ପିଲାଦିନେ ପାଣିକୁ ଡରୁଥିଲେ…ଏବେ ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିବାକୁ ପ୍ରସ୍ତୁତ ୧୪ ବର୍ଷୀୟା ଭାରତୀୟ ସନ୍ତରଣକାରୀ, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୬ରେ ପ୍ୟାରିସ୍ ଅଲିମ୍ପିକ୍ସ ଗେମ୍ସ ଉଦ୍ଘାଟିତ ହେବ । ଏଥିରେ ଭାରତର ୧୧୭ ଜଣ ଆଥ୍ଲେଟ୍ ଅଂଶ ଗ୍ରହଣ କରିବେ । ପ୍ୟାରିସ୍ ଅଲିମ୍ପିକ୍ସରେ ଅନେକ ଅନୁଭବୀ ଖେଳାଳିଙ୍କ ସହ ନବାଗତ ମଧ୍ୟ ପ୍ରତିଯୋଗିତା ଦୌଡ଼ରେ ସାମିଲ ଅଛନ୍ତି । ତେବେ ବିଶେଷ କଥା ହେଉଛି ଚଳିତ ଥର ଭାରତର ସର୍ବ କନିଷ୍ଠ ଆଥ୍ଲେଟ୍ ଭାବେ ଏଥିରେ ଅଂଶ ଗ୍ରହଣ କରିବେ । ସେ ସନ୍ତରଣରେ ଅନେକ ରେକର୍ଡ଼ ନିଜ ନାଁରେ କରିଛନ୍ତି । ଏଭଳି ଜଣେ ପ୍ରତିଭାବାନ ଆଥ୍ଲେଟ୍ ହେଉଛନ୍ତି ଧିନିଧି ଦେସିଙ୍ଗୁ(dhinidhi desinghu) ।

ଧିନିଧି ଦେସିଙ୍ଗୁ ହେଉଛନ୍ତି ୧୪ ବର୍ଷୀୟ ଛାତ୍ରୀ ଯିଏକି ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଭାରତୀୟ ଦଳରେ ସେ ହେଉଛନ୍ତି ସର୍ବକନିଷ୍ଠ ଆଥ୍ଲେଟ୍ । ପ୍ୟାରିସ୍ ଅଲିମ୍ପିକ୍ସରେ ୨୦୦ ମିଟର ଫ୍ରି ଷ୍ଟାଇଲ୍ ବର୍ଗରେ ସନ୍ତରଣ କରିବା ପରେ ଧିନିଧୀ ଦ୍ୱିତୀୟ ସର୍ବକନିଷ୍ଠ ଭାରତୀୟ ଆଥ୍ଲେଟ୍ ହୋଇଯିବେ । ବର୍ତ୍ତମାନ ଆରତୀ ଶାହା ହେଉଛନ୍ତି ସବୁଠାରୁ ଯୁବ ଆଥଲେଟ୍ । ୧୯୫୨ ମସିହାରେ ସେ ହେଲସିଙ୍କି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ । ଆରତୀ ୧୧ ବର୍ଷ ବୟସରୁ ସର୍ବକନିଷ୍ଠ ଭାରତୀୟ ଅଲିମ୍ପିଆନ୍ ଥିଲେ । ତିନି ବର୍ଷ ବୟସ ପର୍ଯ୍ୟନ୍ତ ଧିନିଧିଙ୍କ କଥା କହିବାରେ ସମସ୍ୟ ହେଉଥିଲା । ସେ ଲାଜକୁଳୀ ସ୍ୱଭାବର ଥିଲେ । ଏହି କାରଣରୁ ଧିନିଧିଙ୍କ ମାତା ପିତା ତାକୁ କ୍ରୀଡ଼ାରେ ସାମିଲ ହେବା ପାଇଁ ପ୍ରେରିତ କରିଥିଲେ । ତାଙ୍କ ଘର ପାଖରେ ଏକ ପୁଲ୍ ଥିବାର ସନ୍ତରଣ ଏକ ଉତ୍ତମ ବିକଳ୍ପ ଭାବେ ଉଭା ହୋଇଥିଲା । ଏକ ସାକ୍ଷାତକାରରେ ଧିନିଧି କହିଥିଲେ କି, ‘ତାଙ୍କୁ ପାଣିରୁ ଭୟ ଲାଗେ । ତେଣୁ ସେ ପୁଲକୁ ଯିବା ପାଇଁ ମଧ୍ୟ କୁଣ୍ଠାବୋଧ କରୁଥିଲେ । ସେତେବେଳେ ସେ ମାତ୍ର ୬ ବର୍ଷର ଥିଲେ । ତାଙ୍କ ମନରୁ ଭୟ ଦୂର କରିବା ପାଇଁ ମାତା ପିତା ପୁଲରେ ଓହ୍ଲାଇଥିଲେ । ଏହା ପରେ ତାଙ୍କର ସନ୍ତରଣ ଯାତ୍ରା ଆରମ୍ଭ ହୋଇଥିଲା ।’ ଧିନିଧି ସର୍ବଭାରତୀୟ କୋଟା ଅନ୍ତର୍ଗତ ମହିଳା ୨୦୦ ମିଟର ଫ୍ରି ଷ୍ଟାଇଲ ବର୍ଗ ପାଇଁ କ୍ୱାଲିଫାଇ ହୋଇଛନ୍ତି । ସେ ଭାରତୀୟ ସନ୍ତରଣ ଦିଗ୍ଗଜ ଶ୍ରୀ ହରି ନଟରାଜଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ । ୨୦୨୨ ଏସିଆନ୍ ଗେମ୍ସରେ ସେ ପ୍ରଦର୍ଶନ କରିଥିଲେ । ଏହା ପରେ ସେ ଦୋହା ବିଶ୍ୱ ଏକ୍ୱାଟିକ୍ସ ଚମ୍ପିଆନଶିପରେ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.