fbpx

ଖଣି ଓ ଇସ୍ପାତ ବିଭାଗର ୧୫ କର୍ମଚାରୀ କରୋନା ପଜିଟିଭ

ଭୁବନେଶ୍ୱର : ଇସ୍ପାତ ଓ ଖଣି ବିଭାଗ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ । ୧୫ କର୍ମୀ ପଜିଟିଭ ଚିହ୍ନଟ ପରେ ସ୍ୟାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଖଣି ଓ ଇସ୍ପାତ ଅଫିସକୁ ୪୮ ଘଣ୍ଟା ପାଇଁ ବନ୍ଦ ରଖାଯିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସ୍ ୨ ଦିନ ଯାକ ବନ୍ଦ ରଖାଯିବ ଏବଂ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି । ଦୁଇ ଦିନ ଯାକ କର୍ମଚାରୀମାନଙ୍କୁ ଛୁଟି ଦିଆଯିବ ଏବଂ ଆଉ କିଛି କର୍ମଚାରୀ ଘରୁ କାମ କରିବେ ।

ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ କରୋନାର ନୂଆ ଭାରିଆଣ୍ଟ ବୃଦ୍ଧ ପାଇବାରେ ଲାଗିଛି । ଦେଶାରେ ବର୍ତ୍ତମାନ ସୁଦ୍ଧା ୭୮ ସଂକମିତ ମାମଲା ଚିହ୍ନଟ ହେଲେଣି । ଯାହାକୁ ନେଇ ଚିନ୍ତା ବଢ଼ିଛି । ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ସୂଚନା ଅନୁଯାଇ ଡେଲଟା ଠାରୁ ଓମିକ୍ରନ ୭୦ ଗୁଣ ଅଧିକ ସଂକ୍ରାମକ ଏବଂ ୧୦ ଗୁଣ କମ କ୍ଷତିକାରକ ବୋଲି ଜଣା ପଡିଛି ।

Get real time updates directly on you device, subscribe now.