fbpx

ପଶ୍ଚିମବଙ୍ଗ ‘ନବାନ୍ନା’ ବିକ୍ଷୋଭ: ୧୫ ପୋଲିସ ଆହତ, ୧୨୬ ଜଣ ଗିରଫ

ନୂଆଦିଲ୍ଳୀ: ମହିଳା ଟ୍ରେନିଂ ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦ ଥମିନଥିବା ବେଳେ ଏହା ମଧ୍ୟରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଆଉ ଏକ ବଡ଼ ଅଘଟଣ । ରାଜ୍ୟରେ ‘ନବାନ୍ନ’ ବିକ୍ଷୋଭରେ ବର୍ତ୍ତମାନ ସୁଦ୍ଧା ୧୨୬ ଜଣ ଗିରଫ ହୋଇଥିବା ବେଳେ ୧୫ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏପରି ସ୍ଥିତିରେ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ‘ନବାନ୍ନା’ ପ୍ରୋଟେଷ୍ଟ ମାର୍ଚ୍ଚରେ ଭାଗନେଇଥିବା ପ୍ରଦର୍ଶନକାରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ଆହ୍ୱାନ ଦିଆଯାଇଛି । ଏହାକୁ ନେଇ ପଶ୍ଚିମବଙ୍ଗର ଟିଏମସି ସରକାର କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

୨୮ ଅଗଷ୍ଟରେ ଭାଜପା ଦ୍ୱାରା ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ହରତାଳରେ ଅଂଶଗ୍ରହଣ ନ କରିବାକୁ ପଶ୍ଚିମବଙ୍ଗ ସରକାର ଲୋକଙ୍କୁ କହିଛନ୍ତି । ଏଥିସହିତ ଏହି ବନ୍ଦ କାରଣରୁ ସାଧାରଣ ଜନଜୀବନ ଯେପରି ପ୍ରଭାବିତ ନହେବ ସେନେେଇ ସୁନିଶ୍ଚିତ କରିବାକୁ କୁହାଯାଇଛି । ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ‘ନବାନ୍ନା’ ପ୍ରୋଟେଷ୍ଟ ମାର୍ଚ୍ଚରେ ଅଂଶଗ୍ରହଣ କରିଥିବା ପ୍ରଦର୍ଶନକାରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବଙ୍ଗ ବନ୍ଦ ଆହ୍ୱାନ ଦେଇଛି ଭାଜପା ।

Get real time updates directly on you device, subscribe now.