ବନ୍ଦ ହୋଇଯିବ ଓଡ଼ିଶାର ଦୁଇଟି ବ୍ୟାଙ୍କ! ୧୫ଟି ବ୍ୟାଙ୍କକୁ ନେଇ ବଡ଼ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର, ବଡ଼ ଚିନ୍ତାରେ ଗ୍ରାହକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଦି ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ପ୍ରକୃତ କଥା ହେଉଛି କେନ୍ଦ୍ର ସରକାର ୧୫ଟି ବ୍ୟାଙ୍କକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏପରି ସ୍ଥିତିରେ ବିଭିନ୍ନ ରାଜ୍ୟରେ ଥିବା ୧୫ଟି ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ସହ ବିଲୟ ହେବାକୁ ଯାଉଥିବା ବେଳେ ଓଡ଼ିଶାର ଦୁଇଟି ବ୍ୟାଙ୍କ ମର୍ଜର ହୋଇପାରେ । ଏପରି ସ୍ଥିତିରେ ଗ୍ରାହକମାନେ ଏବେ ଚିନ୍ତାରେ ରହିଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କର କ’ଣ ଯୋଜନା ରହିଛି ତାହା ସବୁ ଗ୍ରାହକ ଠିକ୍ ଭାବେ ଜାଣିବା ନିହାତି ଜରୁରୀ ।
୨୦୪-୨୫ରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି)ର ଷ୍ଟ୍ରକଚରାଲ କନସୋଲିଡେସନ କରିଥିବା ବେଳେ ୩ଟି ପର୍ଯ୍ୟାୟରେ ମର୍ଜର ମାଧ୍ୟମରେ ୨୦୨୦-୨୧ ପର୍ଯ୍ୟନ୍ତ ଏହି ବ୍ୟାଙ୍କ ସଂଖ୍ୟା ୧୯୬ରୁ ହ୍ରାସ ପାଇ ୪୩ରେ ପହଞ୍ଚିଛି । ଏବେ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ତରଫରୁ ଚତୁର୍ଥ ପର୍ଯ୍ୟାୟ ମର୍ଜର ପ୍ରକ୍ରିୟା ଆରମ୍ଭ ହୋଇଛି । ଏପରି ସ୍ଥିତିରେ ବର୍ତ୍ତମାନ ରହିଥିବା ୪୩ଟି ଆରଆରବି ସଂଖ୍ୟା ୨୮ ହେବାର ସମ୍ଭାବନା ରହିଛି । ମନ୍ତ୍ରଣାଳୟ ଅନୁସାରେ, ବିଭିନ୍ନ ରାଜ୍ୟରେ ଥିବା ୧୫ଟି ଗ୍ରାମ୍ୟ ବ୍ୟାଙ୍କର ବିଲୟ କରାଯିବ । ଏହି କ୍ରମରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୪ଟି, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ୩ଟି ଲେଖାଏଁ, ବିହାର, ଗୁଜରାଟ, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଓ ରାଜସ୍ଥାନରେ ୨ଟି ଲେଖାଏଁ ବ୍ୟାଙ୍କର ମର୍ଜର କରାଯିବ ।