fbpx

୧୫ରୁ ୩୫ ବର୍ଷୀୟ ନିରକ୍ଷର ପୁଣି ପଢ଼ିବେ ପାଠ: ୭ ଜିଲ୍ଲାରେ ଆରମ୍ଭ ହେବ ସର୍ଭେ, ବିବରଣୀ ଦେବାକୁ DEOଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୫ରୁ ୩୫ ବର୍ଷ ବୟସର ନିରକ୍ଷରମାନେ ପୁଣି ପଢ଼ିବାର ସୁଯୋଗ ପାଇବେ । ରାଜ୍ୟର ୭ଟି ଜିଲ୍ଲାରେ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ । ଏହି ପ୍ରୋଗ୍ରାମ ଅଧିନରେ ରାଜ୍ୟର ସାକ୍ଷରତା ହାର ବୃଦ୍ଧି କରାଯିବା ସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯିବ । ଏହି ସମସ୍ତ ଜିଲ୍ଲାଗୁଡ଼ିକରେ ସ୍ୱେଚ୍ଛାସେବୀଙ୍କୁ ମନୋନୀତ କରାଯାଇ ଶିକ୍ଷାଦାନରେ ନିୟୋଜିତ କରାଯିବ ।

ସାକ୍ଷରତା ହାରରେ ପଛୁଆ ଥିବା ଜିଲ୍ଲାଗୁଡ଼ିକର ନିରକ୍ଷର ବ୍ୟକ୍ତିଙ୍କୁ ବିଶେଷ ଶିକ୍ଷା ପ୍ରଦାନ କରାଯିବ । ସେଥିପାଇଁ ନୂତନ ଶିକ୍ଷା ନୀତି ୨୦୨୨୦ରେ ଶିକ୍ଷା ବ୍ୟବସ୍ଥାକୁ ଆମୂଳଚୂଳ ପରିବର୍ତ୍ତନ କରାଯାଉଛି । ଶିକ୍ଷା ଯେପରି ସମସ୍ତଙ୍କ ନିକଟରେ ପହଞ୍ଚି ପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି । କେନ୍ଦ୍ର ସରକାରଙ୍କ ନ୍ୟୁ ଇଣ୍ଡିଆ ଲିଟେରାସି ପ୍ରୋଗ୍ରାମରେ ରାଜ୍ୟର ୭ଟି ଜିଲ୍ଲାକୁ ସାମିଲ କରାଯାଇଛି ।

ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛନ୍ତି କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଓ ଗଜପତି ଏହି ଜିଳ୍ଲାଗୁଡ଼ିକର ସାକ୍ଷରତା ହାର ଅପେକ୍ଷାକୃତ କମ୍ ରହିଛି । ୨୦୧୧ର ଜନଗଣନା ଅନୁଯାୟୀ ରାଜ୍ୟର ସାକ୍ଷରତା ହାର ୭୨.୯ ପ୍ରତିଶତ ରହିଥିବା ବେଳେ ଏହି ୭ଟି ଜିଲ୍ଲାର ସାକ୍ଷରତା ହାର ୬୦ ପ୍ରତିଶତରୁ କମ୍ ରହିଛି । ତେଣୁ ଏହି ଜିଲ୍ଲାଗୁଡ଼ିକରେ ନିରକ୍ଷରଙ୍କୁ ସାକ୍ଷର କରାଇବା ଉଦ୍ଦେଶ୍ୟରେ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଆକ୍ସନ ପ୍ଲାନ ଓ ଖର୍ଚ୍ଚ ବିବରଣୀ ପ୍ରସ୍ତୁତ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.