fbpx

ସାମ୍ନାକୁ ଆସିଲା ବଡ଼ ରହସ୍ୟ! ବୁଧ ଗୃହରେ ସନ୍ଧାନ ହେଲା ୧୫ କି.ମି ଚଉଡ଼ା ବିଶିଷ୍ଟ ହୀରା ସ୍ତର, ପୃଥିବୀକୁ ଆଣିବା ସମ୍ଭବ ହେବ କି ଉକ୍ତ ହୀରା?

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ମହାକାଶ ଉପରେ ନିରନ୍ତର ଭାବେ ଗବେଷଣା କରି ନୂଆ ନୂଆ ସଫଳତା ହାସଲ କରୁଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ରହସ୍ୟ ସାମ୍ନାକୁ ଆସିଛି । ବୁଧ ଗ୍ରହରେ ୧୪.୪୮ କିମି ଓସାର ବିଶିଷ୍ଟ ହୀରାର ସ୍ତର ସନ୍ଧାନ କରାଯାଇଛି । ଗୃହର ଭୂପୃଷ୍ଠ ତଳେ ୯ ମାଇଲ ବା ପାଖାପାଖି ୫ କିମି ମୋଟେଇର ହୀରା ସ୍ତର ରହିଥିବା ନେଇ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶିତ ହୋଇଛି । ତେବେ ବୁଧ ଗ୍ରହରେ ରହିଥିବା ଏହି ବିପୁଳ ମାତ୍ରାର ହୀରାକୁ ପୃଥିବୀକୁ ଆଣିବା ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥାଇପାରେ । ଉକ୍ତ ହୀରାକୁ ଧରିତ୍ରୀ ପୃଷ୍ଠକୁ ଆଣିବା ସମ୍ଭବ ହେବ ନାହିଁ । ବୈଜ୍ଞାନିକମାନେ ଗବେଷଣା କରି ବୁଧ ଗ୍ରହର ନିର୍ମାଣ ଓ ତା’ର ମ୍ୟାଗ୍ନେଟିକ ଫିଲ୍ଡ ଉପରେ ଅଧିକ ତଥ୍ୟ ହାସଲ କରିପାରିବେ ।

ବୁଧ ଗ୍ରହ ମଧ୍ୟରେ ଅନେକ ରହସ୍ୟ ଲୁଚି ରହିଛି । ସବୁଠାରୁ ବଡ଼ ରହସ୍ୟ ହେଉଛି ତା’ର ମ୍ୟାଗ୍ନେଟିକ ଫିଲ୍ଡ ବା ଚୁମ୍ବକୀୟ କ୍ଷେତ୍ର । ଏହି ଗ୍ରହର ଚୁମ୍ବକୀୟ କ୍ଷେତ୍ରର ତୁଳନା ଧରିତ୍ରୀ ଅପେକ୍ଷା ବହୁତ ଦୁର୍ବଳ । କାରଣ ଏହ ଗ୍ରହ ବହୁତ ଛୋଟ ଅଟେ ଓ ଭୋଗୋଳିକ ଭାବେ ସକ୍ରିୟ ରହିନଥାଏ । ମାତ୍ର ଏହାର ପୃଷ୍ଠର ଅନେକ ସ୍ଥାନରେ ଗାଢ଼ ରଙ୍ଗ ଦେଖିବାକୁ ମିଳିଥାଏ । ଫଟୋ- (ଏ)ରେ ବୁଧ ଗ୍ରହର ନିର୍ମାଣ ସମୟର ସ୍ତର ଦେଖାଯାଉଛି ଓ ଫଟୋ- (ବି)ରେ ତିନୋଟି ଲେୟର ଦେଖାଯାଉଛି । ସେଥିମଧ୍ୟରେ ୧୫ କିମି ମୋଟେଇ ବିଶିଷ୍ଟ ହୀରାର ସ୍ତର ରହିଛି ।

ନାସାର ମେସେଞ୍ଜର ବୁଧ ଗୃହରେ ଥିବା ଗାଢ଼ ରଙ୍ଗକୁ ଗ୍ରାଫାଇଟ ଭାବେ ଚିହ୍ନଟ କରିଥିଲା, ଯାହାକି କାର୍ବର ଏକ ଫର୍ମ ଅଟେ । ଅନ୍ୟ ଗ୍ରହର ପୃଷ୍ଠ ପରି ବୁଧ ଗ୍ରହ ତିଆରି ହୋଇଛି । ଏହି ଗ୍ରହରେ ମ୍ୟାଗମାର ସମୁଦ୍ର କାର୍ବନ ଓ ସିଲିକେଟ ପର୍ଯ୍ୟାପ୍ତ ମାତ୍ରାରେ ରହିଥିବା ଅନୁମାନ କରାଯାଉଛି । ଯେହେତୁ ସେଠାରେ ପୂରା ସଲିଡ ହୀରାର ଏକ ବିଶାଳ ଅଂଶ ରହିଥିବା କୁହାଯାଉଛି, ତେଣୁ ତା’ର କେନ୍ଦ୍ର ଏକ ମଜବୁତ ଧାତୁରେ ତିଆରି ହୋଇଥିବା କୁହାଯାଉଛି । ବୁଧ ଗ୍ରହର ମେଣ୍ଟଲ ଯେତିକି ବୋଲି କୁହାଯାଉଛି ତାହା ଅଧିକ ୫୦ କିମି ବୋଲି ୨୦୧୯ରେ ଏକ ଷ୍ଟଡି ରିପୋର୍ଟ ସାମ୍ନାକୁ ଆସିଥିଲା । ସେହି କାରଣରୁ ଗ୍ରହର କୋର ଓ ମେଣ୍ଟଲ ମଧ୍ୟରେ ଅଧିକ ଚାପ ସୃଷ୍ଟି ହେବ । ସେଥିପାଇଁ ଗ୍ରହ ମଧ୍ୟରେ ରହିଥିବା କାର୍ବନ ହୀରାରେ ରୂପାନ୍ତରିତ ହୋଇଯାଇଥାଏ । ତେଣୁ ହୀରାର ଏତେବଡ଼ ସ୍ତର ମିଳିଥିବା ବୈଜ୍ଞାନିକମାନେ କହିଛନ୍ତି ।

Diamonds, Mercury Planet, NASA

Get real time updates directly on you device, subscribe now.