ପୁଣି ମାରାତ୍ମକ ହୋଇଗଲା କ୍ରିକେଟ ଖେଳ: ମୁଣ୍ଡରେ ବଲ୍ ବାଜିବାରୁ ୧୫ ବର୍ଷୀୟା ଖେଳାଳିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଯଦି କ୍ରିକେଟ୍ ଖେଳରେ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଏ ନାହିଁ, ତେବେ ଖେଳାଳିଙ୍କ ଜୀବନ ପ୍ରତି ବିପଦ ରହିଛି । କେରଳରେ ଏଭଳି ଘଟଣା ଘଟିଛି, ଯେଉଁଠାରେ ୧୫ ବର୍ଷର ବାଳିକାଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି ।

ଏହି ଘଟଣା କେରଳର କୋଟାକ୍କାଲ ସହରରେ ଘଟିଥିଲା , ଯେଉଁଠାରେ ମହାରାଷ୍ଟ୍ରର ବାସିନ୍ଦା ତପସ୍ୟା କ୍ରିକେଟ୍ ଅଭ୍ୟାସ ସମୟରେ ମୁଣ୍ଡରେ ଗଭୀର ଆଘାତ ପାଇଥିଲେ । ତାଙ୍କୁ ଶୀଘ୍ର ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସମୟ ସହିତ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ।

ତପସ୍ୟାଙ୍କ ପରିବାର ତାଙ୍କୁ ମହାରାଷ୍ଟ୍ରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ, କିନ୍ତୁ ମୁଣ୍ଡରେ ଗଭୀର ଆଘାତ ହେତୁ ବୁଧବାର ତାଙ୍କର ମୃତ୍ୟୁ ଘଟିଛି । ତପସ୍ୟାଙ୍କ ପିତାଙ୍କ ହେଉଛନ୍ତି ପରଶୁରାମ ସେଥ, ଯିଏକି ସୁନା ଅଳଙ୍କାରର କାରବାର କରନ୍ତି । ତପସ୍ୟା ଦଶମ ଶ୍ରେଣୀର ଛାତ୍ରୀ ଥିଲେ, ଯିଏକି ନିଜ ବିଦ୍ୟାଳୟର ଖେଳାଳିମାନଙ୍କ ସହିତ ହେଲମେଟ ନ ପିନ୍ଧି ଅଭ୍ୟାସ କରୁଥିଲେ । ସୂତ୍ର ଅନୁସାରେ, ଯେତେବେଳେ ବୋଲର ରନ୍-ଅପ୍ ନେଉଥିଲେ, ସେତେବେଳେ ବଲ୍ ଫିଙ୍ଗିବାର ଠିକ୍ ପୂର୍ବରୁ ତପସ୍ୟାଙ୍କ ଧ୍ୟାନ ପିଚ୍ ଉପରେ ପଡ଼ିଥିଲା । ଏଭଳି ପରିସ୍ଥିତିରେ ୧୫ ବର୍ଷୀୟା ଛାତ୍ରୀ ଏକ ସଟ୍ ଲଗାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲ୍ ଏବଂ ବ୍ୟାଟ୍ ମଧ୍ୟରେ କନେକ୍ସନ୍ କରିବାରେ ବିଫଳ ହୋଇଥିଲେ ।

ମୁଣ୍ଡରେ ବଲ୍ ଲାଗିବା ପରେ ତପସ୍ୟା ତୁରନ୍ତ ତଳେ ପଡ଼ିଯାଇଥିଲେ, କିନ୍ତୁ ମହାରାଷ୍ଟ୍ରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରିବାର ବହୁ ବର୍ଷ ଧରି ମାଲାପୁରାମ ସହରର ମେଲାମୁରୀ ଅଞ୍ଚଳରେ ରହୁଥିଲେ । କ୍ରିକେଟ୍ ବଲ୍ ବହୁତ ଟାଣ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ରେ ମଧ୍ୟ ବ୍ୟାଟ୍ସମ୍ୟାନମାନେ ସମ୍ପୂର୍ଣ୍ଣ ସୁରକ୍ଷା ସହିତ ଖେଳିବାକୁ ପଡ଼ିଆକୁ ଆସନ୍ତି ।