fbpx

ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟିଲା ୧୫୦ଟି ମାଲିସିୟସ୍ ଆପ୍, ଫୋନରୁ ଶୀଘ୍ର କରନ୍ତୁ ଡିଲିଟ୍

ନୂଆଦିଲ୍ଲୀ: ଗୁଗୁଲ୍ ପକ୍ଷରୁ ୧୫୦ରୁ ଅଧିକ ମାଲିସିୟସ୍ ଆପ୍ କୁ ପ୍ଲେ ଷ୍ଟୋରରୁ ବ୍ୟାନ୍ କରିଦିଆଯାଇଛି । ଏହି ସବୁ ଆପ୍ UltimusSMS କ୍ୟାମ୍ପେନ୍ ରେ ସାମିଲ ରହିଛି । ଗୁଗୁଲ୍ ଏହିସବୁ ଆପ୍ କୁ ପ୍ଲେ ଷ୍ଟୋର୍ ରୁ ହଟାଇ ଦିଆଯାଇଛି । ଏହି ଆପ୍ ସବୁ ୟୁଜର୍ସଙ୍କୁ ପ୍ରିମିୟମ୍ ଏସଏମଏସ୍ ସର୍ଭିସ୍ ପାଇଁ ସାଇନ୍ ଇନ୍ କରିବାକୁ କହିଥାନ୍ତି । ତେବେ ଏହି ମାଲିସିୟସ୍ ଆପ୍ ସମ୍ପର୍କରେ Avast Antivirus ନିଜ ବ୍ଲଗ୍ ରେ ଲେଖିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ଏହି ଆପ୍ ସବୁକୁ ୧୦.୫ ମିଲିୟନ୍ ଥର ଡାଉନଲୋଡ୍ କରାଯାଇଛି ।

ଏହିସବୁ ଆପ୍ ର ଫଙ୍କସନ୍ ଏକ ପ୍ରକାରର ହୋଇଥାଏ । Avast ବ୍ଲଗ୍ ରେ କୁହାଯାଇଛି ଯେ, UltimusSMS କ୍ୟାମ୍ପେନ୍ ରେ ଏହିସବୁ ଆପ୍ କୁ ସାମିଲ କରାଯାଇଥିଲା । ଏହିସବୁ ଆପ୍ କୁ ଡାଉନଲୋଡ୍ କରିବା ପରେ ଏହା ଆପଣଙ୍କ ଲୋକେସନ୍, ଆଇଏମଇଆଇ ଏବଂ ଫୋନ୍ ନମ୍ବରକୁ ଚେକ୍ କରିଥାନ୍ତି । ତେବେ ଏହି ଫେକ୍ ଆପ୍ ମଧ୍ୟରେ କଷ୍ଟମ୍ କିୱାର୍ଡ, କ୍ୟୁଆର୍ କୋଡ୍ ସ୍କାନର୍, ଭିଡିଓ ଓ ଫଟୋ ଏଡିଟର୍, ସ୍ପାମ୍ କଲ୍ ବ୍ଲକର୍, କ୍ୟାମେରା ଫିଲଟର୍ ଭଳି ଆପ୍ ସାମିଲ ରହିଛି ।

Ultima Keyboard 3D Pro

VideoMixer Editor Pro

FX Animate Editor Pro

Battery Animation Charge 2021

Dynamic HD & 4K Wallpapers

GB Neon HD Keyboard Background

Applock X FREE

NewVision Camera

Ultra Camera HD

Wi-Fi Password Unlock

Wi-Fi Around: All Wi-Fi and Hotspots Unlock

Colorful Call Screen & Phone Flash

Waterdrinker Reminder

GT Sports Racing Online 4

Magic Fonts and Keyboard 2021

All Language Photo and Voice Translator Al

Crime City: Revenge

Reface Ultra

Projector HD/AR Video Editor

LivePhoto Animator

Ludo Masterpiece Online

Mobile Scanner Pro: PDF Scanner App, Scan to PDF

Magic Mix Cut – Super Video Editor

Future Scanner FREE 2021

Pro Video Downloader 2021.

Get real time updates directly on you device, subscribe now.