fbpx
BSKY SKY
BSKY SKY

ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍

BSKY

ପୁରୀ,୧୭ ।୧୧(ଓଡିଶା ଭାସ୍କର): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ବୈଠକ ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି ଯେ, କରୋନା ଯୋଗୁଁ ଶ୍ରୀମନ୍ଦିରର ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଛି । ସେଥିପାଇଁ ଆୟ ବଢାଇବା ଉପରେ ଗୁରୁତ୍ୱ ଦେଉଛୁ । ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍ ହୋଇଛି । ଶ୍ରୀମନ୍ଦିର ପାଇଁ ଅନଲାଇନ୍ ଡୋନେସନ ଆରମ୍ଭ କରାଯିବ । ଏଥିରେ ସମସ୍ତେ ଭାଗ ନେବାକୁ ସେ ଅନୁରୋଧ କରିଛନ୍ତି । ତେବେ ସରକାରଙ୍କ ନିଷ୍ପତ୍ତି ପରେ ମନ୍ଦିର ଖୋଲାଯିବ । ନାଗାର୍ଜୁନ ବେଶ ନେଇ ବୈଠକରେ ଆଲୋଚନା ହୋଇଛି ।

୧ ମାସ ପରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ନେଇ ନିଷ୍ପତ୍ତି ହୋଇଛି । ଏନେଇ ୩ଟି କମିଟି ଗଠନ କରାଯିବ ।ଭକ୍ତଙ୍କୁ କେବେ ଓ କେମିତି ଦର୍ଶନ ପାଇଁ ଛାଡିବୁ, ସେନେଇ କମିଟି ନତିଷ୍ପତ୍ତି ନେବ । ୪ ସପ୍ତାହ ଭିତରେ ସମସ୍ତ ବୃବସ୍ଥା ସାରି ଆମେ ପ୍ରସ୍ତୁତ ହେବାର ଆଶା ରହିଛି । ମନ୍ଦିର ଖୋଲିବା ନେଇ ବୈଠକରେ ସକାରାତ୍ମକ ଆଲୋଚନା ହୋଇଛି ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କହିଛନ୍ତି ।

Get real time updates directly on you device, subscribe now.