fbpx
BSKY
BJD YOUTH SKY
BJD MS SKY

ରାଜ୍ୟରେ ଖୋଲିବ ୧,୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ରାଜ୍ୟରେ ଆଉ ୧୫୬୭ଟି ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଯାଉଛି । ଏନେଇ ଆଜି ବିଧାନସଭାରେ କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ, ରାଜ୍ୟରେ ୬୨ ହଜାର ୧୭୧ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ୧୦, ୪୧୬ ମିନି ଅଙ୍ଗନାବାଡି କେନ୍ଦ୍ର ମଧ୍ୟ ରହିଛି । ନୂଆ ୭୮୪୪ ଅଙ୍ଗନାବାଡି ଖୋଲିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା । ପୁନଃ ତର୍ଜମା କରିବାକୁ କହି ପ୍ରସ୍ତାବ ଫେରାଇ ଦିଆଯାଇଛି ।

ଜନଜାତି ଓ ଅପପୃଷ୍ଟି ଦେଖାଯିବା ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୧୫୬୭ ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଅନୁମତି ମିଳିଛି । ଗୋଟିଏ ଅଙ୍ଗନବାଡି ଖୋଲିବାକୁ ୭ ଲକ୍ଷ ଟଙ୍କା ଅନୁଦାନ ମିଳୁଛି । ମନରେଗାରେ ୫ ଲକ୍ଷ ଆଉ ୨ ଲକ୍ଷ ରାଜ୍ୟ ସରକାର ଦେଉଛନ୍ତି । ଏନେଇ ଗୃହରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.