15x15x15ର ଫର୍ମୁଲା ଆପଣଙ୍କୁ କରିଦେବ କୋଟିପତି, ଜାଣନ୍ତୁ ଏହା ମ୍ୟୁଚୁଆଲ ଫଣ୍ଡ SIPରେ କିପରି କରେ କାମ

ଏମିତି କିଛି ଫର୍ମୁଲା ଅଛି ଯାହା ଆପଣଙ୍କୁ କୋଟିପତି କରିପାରେ, ଆସନ୍ତୁ ଜାଣିବା ସେହି ବିଷୟରେ..

ନୂଆଦିଲ୍ଲୀ: ପର୍ସନାଲ ଫାଇନାନ୍ସ ଦୁନିଆର ଅନେକ ଏପରି ଏକ୍ସପର୍ଟସ ଅଛନ୍ତି, ଯେଉଁମାନେ ନିବେଶକୁ ସହଜ କରିବାପାଇଁ କିଛି ଫର୍ମୁଲାକୁ ଉପଯୋଗ କରିଥାଆନ୍ତି। ଏହି ଫର୍ମୁଲାକୁ ଫଲୋ କରି ଆପଣ ନିଜ ଇନଭେଷ୍ଟମେଣ୍ଟ ଜର୍ଣ୍ଣିକୁ ସରଳ କରିପାରିବେ।

ଏପରି ଏକ 15x15x15 ଫର୍ମୁଲା ଅଛି। ଏହି ଫର୍ମୁଲାକୁ ଫଲୋ କରି ଆପଣ କମ ସମୟରେ ବଡ଼ ଫଣ୍ଡ କରିପାରିବେ। ଯଦି ଆପଣଙ୍କୁ ୪୦ ବର୍ଷ ହୋଇଯାଇଛି ଏବଂ ଏପର୍ଯ୍ୟନ୍ତ ଆପଣ ମଧ୍ୟ ରିଟାୟରମେଣ୍ଟ ପ୍ଲାନିଂ ଆରମ୍ଭ କରିନାହାନ୍ତି ତେବେ ଏହି ଫର୍ମୁଲା ଉପରେ କାମ କରିପାରିବେ। ଆସନ୍ତୁ ଜାଣିବା ଏଥିରେ କଣ କରିବାକୁ ପଡିବ।

କିପରି ହେବେ କୋଟିପତି: 15x15x15ର ଫର୍ମୁଲାରେ ଆପଣଙ୍କୁ କୌଣସି ୧୫ ପ୍ରତିଶତର ହାରାହାରି ରିଟର୍ଣ୍ଣ ପ୍ରଦାନ କରୁଥିବା ମ୍ୟୁଚୁଆଲ୍ ଫଣ୍ଡରେ ଆପଣଙ୍କୁ ୧୫ ବର୍ଷ ପାଇଁ ପ୍ରତି ମାସରେ ୧୫ ହଜାର ଟଙ୍କା ଏସଆଇପି କରିବାକୁ ପଡିବ।

ଆପଣ ଯଦି ଏହି ଫର୍ମୁଲାରେ ଏସଆଇପି କରନ୍ତି, ତେବେ ଆପଣ ରିଟାୟରମେଣ୍ଟ ପୂର୍ବରୁ ହିଁ କୋଟିପତି ହୋଇଯିବେ। ଏହି ଫର୍ମୁଲାରେ ଆପଣ ୧୫ ବର୍ଷରେ ହିଁ ୧.୦୧ କୋଟିପତି ଟଙ୍କା ଜମା କରିପାରିବେ।

ଏହି ଟଙ୍କାରେ ଆପଣ ଘର କିଣିପାରିବେ ବା ନିଜ ଅବସର ଫଣ୍ଡ ପାଇଁ ରଖିପାରିବେ।

କେତେ ବର୍ଷରେ ହେବେ କୋଟିପତି: ଯଦି ଆପଣ ଏହି ନିବେଶକୁ ୧୫ ପରିବର୍ତ୍ତେ ୨୦ ପର୍ଯ୍ୟନ୍ତ ଜାରି ରଖୁଛୁ, ତେବେ ଆପଣଙ୍କ ପାଖରେ ୨.୨୭ କୋଟି ଟଙ୍କାର ଫଣ୍ଡ ପ୍ରସ୍ତୁତ ହୋଇଯିବ। ଭାବନ୍ତୁ ଆପଣ ୪୦ ବର୍ଷ ବୟସରେ ଏହି ନିବେଶ ଆରମ୍ଭ କରନ୍ତି, ତେବେ ୬୦ ବର୍ଷ ବୟସରେ ଅର୍ଥାତ ଅବସର ସମୟରେ ଆପଣଙ୍କ ପାଖରେ ୨.୨୭ କୋଟି ଟଙ୍କାର ଫଣ୍ଡ ହେବ।

ଧ୍ୟାନ ରଖନ୍ତୁ ଯେ, ଅବସର ପ୍ଲାନିଂ ପ୍ରସ୍ତୁତ ଯେତେ କମ ବୟସରେ କରିବେ, ସେତିକି ବଡ଼ ଫଣ୍ଡ ପ୍ରସ୍ତୁତ କରାଯାଇପାରିବ। ଯଦି ଆପଣ ଏହି ନିବେଶ ୨୫ ବର୍ଷ ବୟସରେ ହିଁ ଆରମ୍ଭ କରୁଛନ୍ତି, ତେବେ ୪୫ ବର୍ଷ ବୟସରେ ଆପଣଙ୍କ ପାଖରେ ୨,୨୭ କୋଟି ଟଙ୍କା ଜମା ହୋଇଯିବ ଏବଂ ଆପଣ ଏକ ଉତ୍ତମ ଜୀବନ ଅତିବାହିତ କରିପାରିବେ।