fbpx

ଏବେ ବିଶ୍ୱ ଦେଖିବ ଭାରତର ଶକ୍ତି: ତେଜସକୁ ନେଇ ସୂଚନା ମାଗୁଛି ୧୬ ଦେଶ, ଜାଣନ୍ତୁ ପ୍ରସ୍ତୁତି

ନୂଆଦିଲ୍ଲୀ: ଭାରତରେ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ(LCA) ତେଜସ ଏମକେ୨ ପ୍ରସ୍ତୁତି ଜାରି ରହିଛି । ଏହାର ପ୍ରସ୍ତୁତି ଆହୁରି ଜୋରଦାର କରିବା ପାଇଁ ଯୋଜନା କରାଯାଉଛି । ତେବେ ଭାରତକୁ ବର୍ତ୍ତମାନ ୧୬ଟି ଦେଶ ତେଜସକୁ ନେଇ ନିଜ ରୂଚି ଦେଖାଉଥିବା ବେଳେ ଏହାର ସୂଚନା ମଧ୍ୟ ମାଗିଛନ୍ତି । ଏହି ଏଲସିଏ ଏମକେ୨କୁ ଗତ ସେପ୍ଟେମ୍ବରରେ କ୍ୟାବିନେଟ କମିଟି ଅନ ସିକ୍ୟୁରିଟି(CCS) ତରଫରୁ ମିଳିଥିଲା ମଞ୍ଜୁରୀ । ଏହାପରେ ଏହି ଯୁଦ୍ଧ ବିମାନର ଡିଜାଇନ ଏବଂ ବିକାଶକୁ ନେଇ ପ୍ରୟାସ ଜାରି ରହିଛି ।

ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସିର ପ୍ରୋଜେକ୍ଟ ଡାଇରେକ୍ଟର ଡ. ଭି ମଧୂସୁଦନ ରାଓ କହିଛନ୍ତି ଯେ, ବିମାନ ସମ୍ବନ୍ଧରେ ୧୬ ଟି ଦେଶରୁ ଚାଲିଥିବା ଅନୁସନ୍ଧାନ ମଧ୍ୟରେ କେନ୍ଦ୍ର ସରକାରଙ୍କ ଠାରୁ ଉତ୍ପାଦନ ହାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ସେ କହିଛନ୍ତି ଯେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ବ୍ୟତୀତ ଅନ୍ୟ ଏଜେନ୍ସିଗୁଡିକ ମଧ୍ୟ ଏଥିପାଇଁ ଚିହ୍ନଟ କରାଯାଉଛି। ଭାରତୀୟ ବାୟୁସେନାରୁ ମିଗ-୨୯, ମିରାଜ-୨୦୦୦ ଏବଂ ଜଗୁଆର ବେଡେର ବିଦାୟ ପରେ ଏଲସିଏ ତେଜସ ଏମକେ୨ ସ୍କ୍ୱାର୍ଡ୍ରନ ସେମାନଙ୍କ ସ୍ଥାନ ପୂରଣ କରିବ । ବାୟୁସେନାର ଦୁଇଟି ପର୍ଯ୍ୟାୟରେ ଏହାର ୧୦ ସ୍କ୍ୱାଡ୍ରନ ମିଳିବ ବୋଲି କହିଛନ୍ତି ଡ. ରାଓ ।

ଆସନ୍ତାବର୍ଷ ଡିସେମ୍ବର ସୁଦ୍ଧା ଏହି ବିମାନ ପ୍ରସ୍ତୁତ ହେବାକୁ ଥିବା ବେଳେ ପ୍ରୋଟୋଟାଇପର ପ୍ରଥମ ଉଡାଣ ୨୦୨୪ ଡିସେମ୍ବରରେ ହେବା ନେଇ ଯୋଜନା କରାଯାଉଛି । ଏହାପରେ ଆହୁରି ୩ଟି ପ୍ରୋଟୋଟାଇପ ମଧ୍ୟ ପ୍ରସ୍ତୁତ କରାଯିବ । ତେବେ ୨୦୨୭ ଡିସେମ୍ବର ମଧ୍ୟରେ ଫ୍ଲାଇଟ ଟେଷ୍ଟିଭ୍ଗ ସହ ଡିଜାଇନ ଏବଂ ବିକାଶର କାମ ଶେଷ ହେବ । ଏହାର ଡିଜାଇନରେ ଅସ୍ତ୍ରଶସ୍ତ ମଧ୍ୟ ସାମିଲ କରାଯିବ ବୋଲି କୁହିଛନ୍ତି ଡ. ରାଓ ।

Get real time updates directly on you device, subscribe now.