fbpx

ତନ୍ତ୍ର-ମନ୍ତ୍ର ଓ ଅନ୍ଧବିଶ୍ୱାସ ହେତୁ ବଳି ପଡ଼ୁଛନ୍ତି ୧୬ ପ୍ରଜାତିର ପେଚା

ନୂଆଦିଲ୍ଲୀ: ଆମ ଦେଶରେ ପ୍ରାୟ ୨୫୦ ପ୍ରଜାତିର ପେଚା ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ପ୍ରକାରର ପେଚାଙ୍କୁ ଭାରତରେ ଦେଖିବାକୁ ମିଳିଥାଏ । କିନ୍ତୁ ଏଥିମଧ୍ୟରେ ଚିନ୍ତାଜନକ ବିଷୟ ଯେ, ପ୍ରାୟ ୧୬ ପ୍ରଜାତିର ପେଚାଙ୍କୁ ତନ୍ତ୍ର-ମନ୍ତ୍ର ଏବଂ ଅନ୍ଧବିଶ୍ୱାସ କାରଣରୁ ମାରି ଦିଆଯାଏ । ଏ ସମ୍ପର୍କରେ ବିଶ୍ୱ ବନ୍ୟଜନ୍ତୁ ପାଣ୍ଠି (ଡବ୍ଲୁଡବ୍ଲୁଏଫ୍) ଏବଂ ଟ୍ରାଫିକ୍ ସଂସ୍ଥା ଦ୍ୱାରା ଅନ୍ତରାଷ୍ଟ୍ରୀୟ ପେଚା ସଚେତନତା ଦିବସ ଅର୍ଥାତ୍ ଅଗଷ୍ଟ ୪ ତାରିଖରେ ସୂଚନା ଦିଆଯାଇଛି ।

ଏହି ସଂସ୍ଥା ଅନୁଯାୟୀ ଭାରତରେ ପେଚା ମାନେ ଅଧିକ ସଂଖ୍ୟାରେ ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି । ଅନେକ କ୍ଷେତ୍ରରେ, ଅଲୌକିକବାଦୀ ଏବଂ ଅନ୍ୟ ଅନ୍ଧବିଶ୍ୱାସୀ ଲୋକମାନେ ସେମାନଙ୍କ ଶରୀରର ବିଭିନ୍ନ ଅଂଶ ବ୍ୟବହାର କରିବା ପାଇଁ ପେଚାଙ୍କୁ ଧରି ହତ୍ୟା କରୁଛନ୍ତି । ଏସବୁ ଭିତରେ ଯେଉଁ ପେଚା ମାନେ ବିରଳ ସେମାନଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏଥିରେ ସବୁଠାରୁ ବଡ଼ କାରଣ ହେଉଛି ଶିକାର ଓ ତସ୍କରୀ ।

କିଛି ଲୋକ ଏହି ପରିବେଶରେ ଏହି ପକ୍ଷୀମାନଙ୍କ ମହତ୍ତ୍ୱକୁ ବୁଝି ନପାରି ସେମାନଙ୍କୁ ମାରି ଦେଉଛନ୍ତି । ତନ୍ତ୍ର-ମନ୍ତ୍ରୀ କରିବା ଉଦ୍ଦେଶ୍ୟରେ ପାଖାପାଖି ୧୬ ପ୍ରକାର ପ୍ରଜାତିର ପେଚାଙ୍କୁ ମାରି ଦେଉଛନ୍ତି । ଏହା ଭାରତର ଅନେକ ଗୁଡ଼ିଏ ସ୍ଥାନରେ ହେଉଥିବା ଜଣାପଡ଼ିଛି । ଖାସ୍ କରି ଏମାନଙ୍କ ପର, ପଞ୍ଝା, କିଡନୀ, ଆଖି, ଚର୍ବି, ଥଣ୍ଟ, ଅଣ୍ଡା, କାମ ପରି ବିଭିନ୍ନ ଅଂଶକୁ ସେମାନଙ୍କର ତନ୍ତ୍ର-ମନ୍ତ୍ରରେ ବ୍ୟବହାର କରନ୍ତି । ଡବ୍ଲୁଡବ୍ଲୁଏଫ୍ ଇଣ୍ଡିଆର ସିଇଓ ରବି ସିଂ କହିଛନ୍ତି ଯେ, ପେଚା ମାନେ ହେଉଛନ୍ତି ଶିକାର କରୁଥିବା ପକ୍ଷୀ ଏମାନେ କୃଷକର ସାଥୀ ହୋଇଥାନ୍ତି । କାରଣ ଚାଷ ଜମିକୁ ମୂଷା ମାନଙ୍କ ଠାରୁ ଏମାନେ ରକ୍ଷା କରନ୍ତି ।

Get real time updates directly on you device, subscribe now.